Site icon Odisha.com

ବଲାଙ୍ଗୀର: ୱାର୍ଡ଼ମେମ୍ବର ପ୍ରାର୍ଥୀଙ୍କୁ ହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର,ଫେବୃୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲାରେ ଗୁରୁବାର ଜଣେ ୱାର୍ଡ଼ ମେମ୍ବର ପ୍ରାର୍ଥୀଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି ।

ବଇରାସର ପଂଚାୟତର ୱାର୍ଡ ନଂ-୩ରେ ପ୍ରତି୍ୱନ୍ଦ୍ୱିତା କରୁଥିବା ୱାର୍ଡ଼ମେମ୍ବର ପ୍ରାର୍ଥୀ ଏକାଶିଆ ମାଝିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟା ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

ପୁଇଁନ୍ତଲା ବ୍ଲକ ଏହି ୱାର୍ଡ଼ ନଂ-୩ର ୱାର୍ଡ଼ମେମ୍ବର ପଦବୀ ପାଇଁ ଥପାପାଲି ଗାଁର ଏକାଶିଆ ମାଝୀ ଓ ଭାଗିରଥି ଥପା ପ୍ରାର୍ଥୀପତ୍ର ଦ।ଖଲ କରିଥିଲେ । ଗତ କିଛିଦିନ ତଳେ ପ୍ରାର୍ଥୀପତ୍ର ଦ।ଖଲ କରିଥିବା ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଗତକାଲି ସକାଳେ ଏକାଶିଆ ବଜାରକୁ ଯାଇ ନଫେରିବାରୁ ତାଙ୍କୁ କେହି ଅପହରଣ କରିନେଇଥିବା ପରିବା ଲୋକେ ଥାନାରେ ଅଭିଯୋଗ କରିଥିଲେ ।

ଅପରାହ୍ନରେ ଏକ ମୁଗ ବଗିଚାରେ ନିକଟରେ ଏକାଶିଆଙ୍କ ମୃଦେହ ପଡ଼ିଥିବା ପରିବାର ଲୋକେ ଜାଣି ପୋଲିସକୁ ଖବର ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version