Site icon Odisha.com

୨୧ରୁ ବିଧାନସଭା ବଜେଟ୍ ଅଧିବେଶନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଚଳିତ ମାସ ୨୧ ତାରିଖରୁଦୁଇଟି ପର୍ଯ୍ୟାୟରେ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ହେବ ।

ରାଜ୍ୟପାଳଙ୍କ ସ୍ୱୀକୃତି ପରେ ଗୁରୁବାର ଏସଂପର୍କରେ ବିଜ୍ଞପ୍ତୀ ପ୍ରକାଶ ପାଇଛି । ଫେବୃୟାରୀ ୨୧ରୁ ୨୯ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ ୧୪ରୁ ଅପ୍ରେଲ ୭ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ଓ ଅଧିବେଶନରେ ୨୯ଟି କାର୍ଯ୍ୟ ଦିବସ ରହିଛି ।

୨୧ରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିବେ ଏବଂ ୨୪ ତାରିଖରେ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ
୨୦୧୨-୧୩ ବର୍ଷ ପାଇଁ ବଜେଟ ଆଗତ କରିବେ ।

ମାର୍ଚ୍ଚ ୧ରୁ ୧୩ ତାରିଖ ଯାଏଁ ଗୃହକୁ ମୁଲତବୀ କରାଯିବ । ଏହି ସମୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଷ୍ଟାଣ୍ଡିଂ କମିଟି ଗୁଡ଼ିକ ସମୀକ୍ଷା କରିବେ । ମାର୍ଚ୍ଚ ୧୪ରେ ଗୃହରଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ ଏବଂ ଏହିଦିନ ଷ୍ଟାଣ୍ଡିଂ କମିଟି ଗୁଡ଼ିକର ରିପୋର୍ଟ ଉପସ୍ଥାପନ କରାଯିବ ।

ମାର୍ଚ୍ଚ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ଏବଂ
୩୧ରେ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version