Site icon Odisha.com

ଭଦ୍ରକ : ସଡ଼କ ଦୁର୍ଘଟଣାରେ ୩ମୃତ,୨ଗୁରୁତର

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣରାରେ ତିନି ଜଣଙ୍କ ମୃତ୍ୟୁ ହେବାସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିବା ପୋଲିସ କହିଛି ।

ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ନାଆମୀ ଗ୍ରାମର ଜଣେ ବ୍ୟକ୍ତି ତାଙ୍କର ପରିବାର ସହ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ନେଉଳିଆ-ପାଗଳ ଚେକଗେଟ ନିକଟରେ ଛିଡ଼ା ହୋଇଥିବା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକୁ ଅଟୋଟି ଜୋରରେ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନା ନେବା ରାସ୍ତାରେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଆହତ ମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version