Site icon Odisha.com

ଆନ୍ତଃଜିଲ୍ଲା ଟ୍ରକ୍ ଲୁଟେରା ଦଳର ଦୁଇଜଣ ଗିରଫ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୨(ଓଡ଼ିଶା ନଯ୍ କମ୍) କେନ୍ଦୁଝର ଓ ଦେବଗଡ଼ ଜିଲାରେ ଏକାଧିକ ଡ଼କାୟତି ମାମଲାରେ ସଂପୃକ୍ତ ଗ୍ୟାଙ୍ଗର ଦୁଇଜଣ ଆନ୍ତଃଜିଲା ଟ୍ରକ ଲୁଟେରାଙ୍କୁ ଗୁରୁବାର ଭଦ୍ରକ ଠାରେ ଲୋକମାନେ କାବୁ କରି କେନ୍ଦୁଝର ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ଏହି ଲୁଟେରାମାନେ କେନ୍ଦୁଝର ଘଷିପୁରା, ଘଟଗାଁ ଏବଂ ଦେବଗଡ଼ ଜିଲାର ବାରକୋଟ ଅଞ୍ଚଳର ଖଣି ଖାାଦନରେ କାର୍ଯ୍ୟ କରୁଥିବା ଟ୍ରକ ଗୁଡ଼ିକୁ ଅଟକାଇ ମାଲ ସହ ସେଗୁଡ଼ିକୁ ନେଇ ଅନ୍ୟତ୍ର ବିକ୍ରୟ କରି ଆସୁଥିଲେ ।

କେନ୍ଦୁଝର ଠାରେ କାର୍ଯ୍ୟ କରୁଥିବା ଚରମ୍ପା ଅଂଚଳର ଏକ ଟ୍ରକକୁ ସେମାନେ ଲୁଟକରି ବାଲେଶ୍ୱର
ଅଭିମୁଖେ ଯିବାବେଳେ ଚରମ୍ପାରେ ଅଟକି ଥିଲେ । ଫଳରେ ସ୍ଥାନୀୟ ଟ୍ରକ ମାଲିକ ସଂଘର କର୍ମକର୍ତା ମାନେ ଗାଡ଼ିରେ ଅଚିହ୍ନା ଲୋକଙ୍କୁ ଦେଖି ସନ୍ଦେହରେ ପୁଲିସକୁ ଖବର ଦେଇ ସେମାନଙ୍କୁ କାବୁ କରିଥିଲେ ।

ପରେ କେନ୍ଦୁଝରରୁ ଆସିଥିବା ଏକ ସ୍ୱତନ୍ତ୍ର ପୋଲିସ ଦଳ ଏମାନଙ୍କ ନାମରେ ଥାନା ଗୁଡ଼ିକରେ ୧୦ରୁ
ଉର୍ଦ୍ଧ୍ଵ ଡ଼କାୟତି କେଶ ରହିଥିବା ଜାଣିବା ପରେ ଉଭୟଙ୍କୁ ଗିରଫ କରି ନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version