• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗଣବଳାତ୍କାର:ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ

February 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଗଣବଳାତ୍କାରର ଶିକାର ହୋଇଥିବା ଯୁବତୀଙ୍କ ଚିକିତ୍ସାରେ ଅବହେଳା କରିଥିବା ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମହିଳା କମିଶନ ପରାମର୍ଶ ଦେଇଥିବା ଶୁକ୍ରବାର କମିଶନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ସଂପୃକ୍ତ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଛି ବୋଲି କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଗୁରୁବାର ସରକାରଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ।

କୋମା ଅବସ୍ଥାରେ ଥିବା ୧୯ ବର୍ଷ ବୟସ୍କା ଏହି ଯୁବତୀଙ୍କୁ ଗତ ନଭେମ୍ବର ୨୮ରେ ତାଙ୍କ ଗାଁ
ଅର୍ଜୁନଗେ।। ନିକଟରେ କେତେକ ଲୋକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।

ଅଭିଯୁକ୍ତମାନେ ପୂର୍ବରୁ ୨୦୦୮ରେ ମଧ୍ୟ ଯୁବତୀଙ୍କୁ ଦୂର୍ବ୍ୟବହାର କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଗତ ନଭେମ୍ବର ୨୯ରେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା ଏବଂ ପରେ ଅନ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଡ଼ାକ୍ତରଖାନାରେ ତାଙ୍କୁ ଚିକିତ୍ସା କରିବାକୁ ମନା କରିବୋରୁ ଗଣମାଧ୍ୟ ପ୍ରତିନିଧିମାନେ ଏ ସଂପର୍କରେ ରିପୋର୍ଟ ପ୍ରକାଶ କରିବା ପରେ ଏହା ଲୋକଲୋଚନକୁ ଆସିଥିଲା ।

ପୀଡ଼ିତାଙ୍କୁ ଝୁଲାଇ ଦିଆଯାଇଥିବାରୁ ତାଙ୍କର ବେକରେ ଆଘାତ ଲାଗିଛି ବୋଲି ପ୍ରାଥମିକ ଡ଼ାକ୍ତରୀ ରିପୋର୍ଟରୁ ଜଣାପଡ଼ିଥିବା କମିଶନ ଅଧ୍ୟକ୍ଷା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

“”ଆଇନ ଅନୁଯାୟୀ ଯଦି ଯୁବତୀଙ୍କୁ ଝୁଲାଇ ଦିଆଯାଇଥିବା ତଥ୍ୟ ଡ଼ାକ୍ତର ପାଇଥିଲେ ତେବେ ସେ ଏସଂପର୍କରେ ସ୍ଥାନୀୟ ଥାନାକୁ ଅବଗତ କରାଇବା ଉଚିତ୍ ଥିଲା” ପାଣିଗ୍ରାହୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

ସଂପୃକ୍ତ ଯୁବତୀଙ୍କ ଅବସ୍ଥା ଗୁରୁତର ଥିବା ସତ୍ୱେ ଡ଼ାକ୍ତରଖାନାରୁ ତାଙ୍କୁଦୁଇଥର ଫେରାଇ ଦିଆଯାଇଛି, ସେ କହିଛନ୍ତି ।

“”ବିଭିନ୍ନ ଡ଼ାକ୍ତରଖାନାରେ ଯଦି ଡ଼ାକ୍ତର ମାନଙ୍କ ଦ୍ୱାରାଠିକ୍ ସମୟରେ ପଦକ୍ଷେପ ନିଆଯାଇଥାନ୍ତା ତେବେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇନଥାନ୍ତା” ସେ ଉଲ୍ଲେଖ କରିଛନ୍ତି ।

ଗଣବଳାତ୍କାର ଅଭିଯୋଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ତତ୍କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଗତ ଜାନୁୟାରୀ ୧୯ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଏହି ଘଟଣାରେ କ୍ରାଇମବ୍ରାଂଚ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କର ଲାଇ
ଡ଼ିଟେକ୍ଟର ଏବଂ ପଲିଗ୍ରାଫ ପରୀକ୍ଷା କରିସାରିଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣବଳାତ୍କାର, ସ୍ୱାସ୍ଥ୍ୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version