• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନିମ୍ନ ମାନର ରାସ୍ତା କାର୍ଯ୍ୟକୁ ନେଇ ଅସନ୍ତୋଷ

February 3, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ରାସ୍ତାଘାଟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ବେଳେ ପୂର୍ତ ବିଭାଗ ପକ୍ଷରୁ କରାଯାଉଥିବା ଏକ ନିମ୍ନମାନର ରାସ୍ତା କାର୍ଯ୍ୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।

କେବଳ କ୍ରସର ଡ଼ଷ୍ଟ ପକାଯାଇ ଉକ୍ତ ରାସ୍ତା ନିର୍ମାଣ କରାଯାଉଥିବା ସମୟରେ ସ୍ଥାନୀୟ ଲୋକ  ପ୍ରତିବାଦ କରି ଏହାକୁ ବନ୍ଦ କରିେଇଛନ୍ତି ।

ସୂଚନାଯୋଗ୍ୟଯେ ମହମ୍ମ ଜୟନ୍ତୀ ପୂର୍ବରୁ ଭଦ୍ରକ ରାଜଘାଟ ଛକ ସ୍ଥିତ ହୋଟେଲ ସମ୍ମୁଖ ରାସ୍ତାରୁ କମବେଢ଼ା, ବାଙ୍କା ବଜାର ଦେଇ ହଳୀଡ଼ିହ ବାଇପାସ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ନିର୍ମାଣ ପାଇଁ ୩୭ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା ।

ଏହାକୁ ଜନୈକ ଠିକ।।ର ୩୨ପ୍ରତିଶତ କମ୍ରେ ନେଇ କାର୍ଯ୍ୟାରମ୍ଭ କରିଥିଲେ । ମାତ୍ର ଠିକ।।ର ଜଣକ କିଛି କ୍ରସର ଡ଼ଷ୍ଟ ଆଣି ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକ ଜାଣିବା ପରେ ଏହାକୁ ବନ୍ଦ କରିେଇଥିଲେ ।

ଗ୍ରାମବାସୀମାନେ ପୂର୍ତ ବିଭାଗର ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ
ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଟା ଗ୍ରହଣ କରିନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଆଗାମୀଦିନରେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଭଦ୍ରକ ଜିଲ୍ଲା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version