Site icon Odisha.com

ନିର୍ବାଚନ କମିଶନଙ୍କ ନିଷ୍ପତି ହାଇକୋର୍ଟରେ କାଏମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ନେଇ ହୋଇଥିବା ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ଶୁକ୍ରବାର ନିର୍ବାଚନ କମିଶନଙ୍କ ନିଷ୍ପତିକୁ କାଏମ ରଖିଛନ୍ତି ।

କମିଶନଙ୍କ ବିଜ୍ଞପ୍ତିରେ କୌଣସି ତୃଟି ନାହିଁ ଏବଂ ନିଷ୍ପତିଦ୍ୱାରା ପ୍ରାର୍ଥୀଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉନାହିଁ । ଏହା ଓଡ଼ିଶା ଗ୍ରାମପଞ୍ଚାୟତ ଆଇନର ଉଲଂଘନ କରିନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ଜିଲ୍ଲାପରିଷଦ ପ୍ରାର୍ଥୀ ବ୍ୟତୀତ ଅନ୍ୟମାନେ ଦଳୀୟ ସଂକେତ କିମ୍ବା ଦଳର ନେତାଙ୍କ ଫଟୋ ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ବାଲେଶ୍ୱର ଜିଲ୍ଲାର ଜଣେ ସରପଞ୍ଚ ପ୍ରାର୍ଥୀନୀ କମିଶନଙ୍କ ଏଭଳି ନିଷ୍ପତି ଦ୍ୱାରାପ୍ରାର୍ଥୀଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

ପୂର୍ବରୁ ଗତ ବୁଧବାର ହାଇକୋର୍ଟ ଏହି ମାମଲାର ବିଚାର କରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ
ହୋଇଯାଇଥିବାରୁ କମିଶନଙ୍କ ନିଷ୍ପତି କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ଏହା ଉପରେ ରହିତାଦେଶ ଜାରି କରିଥିଲେ ।

ଆସନ୍ତା ୧୧ରୁ ପାଞ୍ଚଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version