Site icon Odisha.com

ରେଲୱେ ଆଥ୍ଲେଟିକ୍ସ ମିଟ୍ରେ ଶ୍ରାବଣୀଙ୍କୁ ସ୍ୱର୍ଣ୍ଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ସର୍ବଭାରତୀୟ ରେଲୱେ ଆଥ୍ଲେଟିକ୍ସ ମିଟ୍ରେ ପୂର୍ବତଟ ରେଳବାଇର ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଗତ ଆଠ ବର୍ଷ ଧରି ଚାଲିଥିବା ରେଳବାଇର ଏହି ଆଥ୍ଲେଟିକ୍ସ ମିଟ୍ରେ ପ୍ରଥମ ଓଡ଼ିଆ ଭାବେ ସେ ଏହି ଗୌରବ ପାଇଛନ୍ତି ।

ଶୁକ୍ରବାର ଅନୁଷ୍ଠିତ ମହିଳା ୧୦୦ ମିଟର ଦୌଡ଼କୁ ସେ ୧୧.୯୫ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି । ଗତ ଦୁଇଦିନ ତଳେ ରେଳବାଇରେ ଯୋଗ ଦେଇଥିବା ଶ୍ରାବଣୀ ପାଞ୍ଚ ବର୍ଷ ପରେ ଘରୋଇ ଦଳ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

 

Exit mobile version