Site icon Odisha.com

ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଗିରଫ,ସାମଗ୍ରୀ ଜବତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଫେବୃୟାରୀ ୪(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ପୋଲିସ ଶନିବାର ଏକ ଆନ୍ତଃ ରାଜ୍ୟ ଟ୍ରକ୍ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବା ସହ ବ୍ୟାପକ ସାମଗ୍ରୀ ଜବତ କରିଛି ।

ଗିରଫ ଅଭିଯୁକ୍ତମାନେ ଜାତୀୟରାଜପଥ ୨୧୫ ଦେଇ ଆନନ୍ଦପୁର ଅଂଚଳକୁ ଆସୁଥିବା ମାଲ ବୋଝେଇ ଏବଂ ଖାଲି ଟ୍ରକ୍, ଟିପର, ଦଶ ଚକିଆ ଏବଂ ବାର ଚକିଆ ଟ୍ରକ୍ ଲୁଟ୍ କରିଥାନ୍ତି ବୋଲି ପୋଲିସ କହିଛି ।

ଏମାନେ ଅଣଓସାରିଆ ବ୍ରିଜ କିମ୍ବା ହମ୍ବସ୍ ଠାରେ ବୋଲେରୋ ଏବଂ ଅନ୍ୟାନ୍ୟ ଗାଡ଼ି ଗୁଡ଼ିକୁ ଅଟକାଇ ଡ଼୍ରାଇଭର ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ କାବୁ କରିଥାନ୍ତି ଓ ଗାଡ଼ି ଲୁଟ୍ କରି ଫେରାର୍ ହୋଇଯାଆନ୍ତି, ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ଏହାପରେ ସେମାନେ ମଧ୍ୟସ୍ଥିଙ୍କ ଜରିଆରେ ଗାଡ଼ିଗୁଡ଼ିକରେ ଥିବା ସାମଗ୍ରୀ ଏବଂ ଗାଡ଼ିକୁ ବିକ୍ରି କରିଥାନ୍ତି । କେନ୍ଦୁଝରରୁ ପାଣିକୋଇଲି ମଧ୍ୟରେ ସେମାନେ ଏଭଳି କାର୍ଯ୍ୟ କରୁଥିବା ବେଳେ ବର୍ତମାନ ଏହା ଦେବଗଡ଼ ଜିଲ୍ଲା ବାରକୋଟ୍ ଏବଂ ଅନୁଗୁଳ ଜିଲ୍ଲାକୁ ସଂପ୍ରସାରିତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଯୀତେନ୍ଦ୍ର କୁମାର ପାତ୍ର, ତପନ କୁମାର ସେଠୀ, ରଂଜନ ଦିପକ ପଲେଇ, ଚିନ୍ମୟ ଜେନା, ଅଶ୍ୱିନ ଗୁହା, ସେଖ୍ ସୁଲେମାନ, ସେଖ ଏହସାନ୍, ପ୍ରଫୁଲ୍ଲ  ଏବଂ ରଙ୍ଗାଧର ହେୁରୀ ।

ପୋଲିସ ଏମାନଙ୍କ ଠାରୁଦୁଇଟି ଛଅ ଚକିଆ ଟ୍ରକ୍, ନଅଟି ଦଶ ଚକିଆ ଟ୍ରକ୍, ଗୋଟିଏ ବାର ଚକିଆ ଟ୍ରକ୍, ତିନୋଟି ବୋଲେରୋ, ଗୋଟିଏ ସ୍କର୍ପିଓ, ୪୧ ଟନ୍ ଲୁହା ଛଡ଼, ଲୁହା ଏଙ୍ଗଲ ଦଶ ଟନ୍, ୧୬ଟି ମୋବାଇଲ, ଏଟିଏମ୍, ଭୋଟ୍ ପରିଚୟ ପତ୍ର ଇତ୍ୟାଦି ଜବତ କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version