ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ୧୫ ଜଣିଆ ଭାରତୀୟ ମହିଳା କ୍ରିକେଟ୍ ଳରେ ଓଡ଼ିଶାର ମାଧୁରୀ ମେହେଟ୍ଟା ସ୍ଥାନ ପାଇଛନ୍ତି ।
ଫେବୃୟାରୀ ୧୮ରୁ ୨୭ ପର୍ଯ୍ୟନ୍ତ ଟି ଟ୍ୱେନ୍ଟି ମ୍ୟାଚ ଅନୁଷ୍ଠିତ ହେବ । ଏହାର ଗୋଟିଦିନ ପରେ ୱେଷ୍ଟଇଣ୍ଡିଜ ସହ ଭାରତୀୟ ମହିଳା ଦଳ କିଙ୍ଗଷ୍ଟନ ଠାରେ ତିନୋଟି ଏକଦିବସୀୟ ମ୍ୟାଚ ଖେଳିବ ।
ଜାତୀୟ ମହିଳା ଚୟନ କମିଟି ଶନିବାର ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ୧୫ ଜଣିଆ ଖେଳାଳୀଙ୍କ ନାମ
ଘୋଷଣା କରିଛି ।
ମାଧୁରୀଙ୍କ ଘର ବଲାଙ୍ଗୀର ଜିଲ୍ଲାରେ ଏବଂ ସେ ରାଜ୍ୟସ୍ତରୀୟ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଂଟରେ ବଲାଙ୍ଗୀରର ପ୍ରତିନିଧିତ୍ୱ କରୁଥିଲେ । ସେ ଜୋନ୍ ସ୍ତରୀୟ ଏବଂ ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍