Site icon Odisha.com

ବାର୍ଡ଼ଫ୍ଲୁ: ଭୁବନେଶ୍ୱରରେ କୁକୁଡ଼ା ମରା ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱରରେ ବାର୍ଡ଼ଫ୍ଲୁ ଭୂତାଣୁ ଚିହ୍ନଟ ପରେ ରବିବାର ଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି ।

କେନ୍ଦ୍ର ସରକାରଙ୍କ ଅନୁମତି ପରେ କେନ୍ଦ୍ରୀୟ କୁକୁଡ଼ା ଉନ୍ନୟନ ସଂସ୍ଥା ପରିସରରେ ପାଂଚଟି ରାପିଡ଼ ରେସ୍ପନ୍ସ ଟିମ୍ର ୨୯ ଜଣ ସସ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶୁ ସଂପଦ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ଉକ୍ତ ସଂସ୍ଥାର ତିନି କିମି ପରୀସିମା ମଧ୍ୟରେ କୁକୁଡ଼ା ମରାଯିବ ଏବଂ ଏହା ତିନିଦିନ ଧରି ଚାଲିବ ବୋଲି ସେ କହିଛନ୍ତି ।

ଆଖପାଖ ଅଂଚଳର ଲୋକମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯିବା ସହ କୁକୁଡ଼ା ଏବଂ ଅଣ୍ଡା ବିକ୍ରି ତଥା ସେଗୁଡ଼ିକ ରଖିବା ଉପରେ କଟକଣା ଜାରି କରାଯାଇଛି ।

କୁକୁଡ଼ା ଉନ୍ନୟନ ସଂସ୍ଥା ପରିସରରେ କେତେକ କୁକୁଡ଼ା ମରିବା ପରେ ସେମାନଙ୍କ ନମୂନା ପରୀକ୍ଷା ପାଇଁ ଭୋପାଳ ପରୀକ୍ଷାଗାରକୁ ପଠାଯାଇଥିଲା ଏବଂ ସେଥିରୁ ଗୋଟିଏରେ ଏଚ୍୫ଏନ୍୧ ଭୂତାଣୁ ଚିହ୍ନଟ ହୋଇଥିଲା ।

ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା କେରଙ୍ଗ ଏବଂ ମୟୁରଭଂଜ ଜିଲ୍ଲା ବେତନଟୀରେ ବାର୍ଡ଼ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିଲା । କେରଙ୍ଗ ଅଂଚଳରେ ୩୧ ହଜାର ୯୧୨ଟି କୁକୁଡ଼ା ଏବଂ ବେତନଟୀ ଅଂଚଳରେ ୧୧ ହଜାର ୨୧୬ଟି କୁକୁଡ଼ା ମରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version