Site icon Odisha.com

ଆସିକା ସାଂସଦ ପ୍ରତିନିଧିଙ୍କୁ ହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସୋରଡ଼ା,ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ ପଂଚାୟତ ନିର୍ବାଚନ ପୂର୍ବରୁ ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଆସିକା ସାଂସଦଙ୍କ ପ୍ରତିନିଧିଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି ।

ରବିବାର ଅପରାହ୍ନରେ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ପ୍ରତିନିଧି କଂଗ୍ରେସ ନାୟକ ଗ୍ରାମବେତୀ ମନ୍ଦିର ନିକଟରେ ଯାଉଥିବା ବେଳେ କେତେକ ଦୁର୍ବୃତ ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପରେ ସଂପୃକ୍ତ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଶତାଧିକ ଲୋକ ଶମଇଲି ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ଘଟଣା ସଂପର୍କରେ ଖବର ପାଇ ସାଂସଦ ପ୍ରଧାନ, ଧରାକୋଟ ରାଜମାତା ନନ୍ଦିନୀ ଦେବୀ ପ୍ରମୁଖ ଗାଁରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଏସ୍ପି ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ମଧ୍ୟ ସେଠାରେ ପହଂଚିଛନ୍ତି ।

ରାଜନୈତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ହତ୍ୟାକାରୀକୁ ତୁରନ୍ତ ଗିରଫ କରାନଗଲେ ପରିସ୍ଥିତି ଜଟିଳ ହେବ ବୋଲି ନାୟକଙ୍କ ସମର୍ଥକମାନେ ଚେତାବନୀ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version