Site icon Odisha.com

ଅଦାଲତଙ୍କ କଟକଣା ସତ୍ୱେ ଜମିବିକ୍ରୀ ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ,ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଏକ ପୈତୃକ ସମ୍ପତି ଉପରେ ଅଦାଲତଙ୍କ ନିଷେଧାଜ୍ଞ ଥିବା ସତ୍ୱେ ଉକ୍ତ ଜମିକୁ ଜନୈକ ବ୍ୟକ୍ତି ଅନ୍ୟ ଜଣଙ୍କୁ ବିକ୍ରୀ କରିଥିବା ଅଭିଯୋଗ ହୋଇଛି ।

ଗ୍ରମାଂଚଳ ଥାନା ଅର୍ନ୍ତଗତ ରାମପୁର ପଂଚାୟତର ପ୍ରତିମା ସାମଲ ତାଙ୍କ ପୈତୃକ ଜମି ଉପରେ ନିଜ ପିଲାମାନଙ୍କୁ ନେଇ ଘରକରି ରହି ଆସୁଛନ୍ତି ।

ଏହା ସତ୍ୱେ ତାଙ୍କ ଭାଇ ଏକ ନିର୍ଦ୍ଦିଷ୍ଟ ପରିମାଣର ଜମିକୁ ସମସ୍ତଙ୍କ ଅଗୋଚରରେ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବିକ୍ରୀ କରିଦେଇଛନ୍ତି । ଏହାର ପ୍ରତିବାଦରେ ସାମଲ କୋର୍ଟରେ ଏକ ମୋକଦ୍ଦମା ରୁଜ୍ଜୁ କରିଛନ୍ତି ।

ଏହାର ବିଚାର କରି ଅଦାଲତ ଏହି ବିକ୍ରୟ ହୋଇଥିବା ସମ୍ପତି ଉପରେ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତୀ କାଳୀନ ସ୍ଥଗିତ ଆଦେଶ ଜାରି କରିଛନ୍ତି ।

ଏହା ବ୍ୟତୀତ ଅନ୍ୟ କେତେକ ଜମିକୁ ମଧ୍ୟ ତାଙ୍କ ଭାଇ ବିକ୍ରୀ କରିବାର ଚକ୍ରାନ୍ତ କରୁଥିବା ସେ ଅଭିଯୋଗ କରିବା ସହ କୋର୍ଟଙ୍କ ଆଶେ ଅବମାନନା କରୁଥିବାରୁ ତାଙ୍କ ଭାଇ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମଲ ଦ।ବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version