Site icon Odisha.com

ନିର୍ବାଚନ ପରିଚାଳନା ଦ।ୟୀତ୍ୱରେ ଭିନ୍ନକ୍ଷମ ଶିକ୍ଷକ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱାସ ନହେଲେ ବି ଏହା ସତ୍ୟ ଯେ ଆସନ୍ତା ପଂଚାୟତ ନିର୍ବାଚନ ପରିଚାଳନା ପାଇଁ ଯାଜପୁର ଜିଲ୍ଲାରେ ଜଣେ ଭିନ୍ନକ୍ଷମ ଶିକ୍ଷକଙ୍କୁ ଦ।ୟୀତ୍ୱ ଦିଆଯାଇଛି ।

ଭିନ୍ନକ୍ଷମମାନେ ନିଜ ପାଇଁ ସଂରକ୍ଷଣର ସୁବିଧା ଦ।ବି କରୁଥିବା ବେଳେ ବିଂଝାରପୁର ବ୍ଲକ ଅନ୍ତର୍ଗତ ଆଜିପୁର ପ୍ରାଥମିକ ବିଦ୍ୟାଳୟର ୨୮ ବର୍ଷ ବୟସ୍କ ପ୍ରମୋଦ କୁମାର ଜେନାଙ୍କୁ ପ୍ରିଜାଇଡ଼ିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି ।

ପ୍ରମୋଦ ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ ଓ ସେ ବର୍ତମାନ ଚକଲଗା ସାଇକେଲ ଦ୍ୱାରାଯିବାଆସିବା କରୁଥିବା ସତ୍ୱେ ତାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ଏହି ଦ।ୟୀତ୍ୱ ବହନ କରିବା ପୂର୍ବରୁ ଆସନ୍ତା ବୁଧବାର ସେ ତାଲିମ ପାଇଁ ହାଜର ହେବେ । ତେଣୁ କିଭଳି ଭାବେ କର୍ତୃପକ୍ଷ ମୋତେ ପ୍ରିଜାଇଡ଼ିଂ ଅଫିସର ଭାବେ ନିଯୁକ୍ତ କରିଛନ୍ତି ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ତେଣୁ ସେ ଏଥିପାଇଁ ନିଜ ନାଁ ଚୟନ କରାଯାଇଥିବାରୁ ଏ ସଂପର୍କରେ ସ୍କୁଲ କର୍ତୃପକ୍ଷ ଏବଂ ସ୍କୁଲ ଡ଼ିଆଇଙ୍କୁ ପଚାରି ବୁଝିଥିଲେ । କିନ୍ତୁ ସ୍କୁଲ ପକ୍ଷରୁ ତାଙ୍କ ନାଁ ପଠାଯାଇନଥିବା କୁହାଯାଇଥିବା ବେଳେ ଡ଼ିଆଇଇଙ୍କ କାର୍ଯ୍ୟାଳୟରୁ ତାଙ୍କ ନାଁରେ ଭିନ୍ନକ୍ଷମ ବୋଲି ଉଲ୍ଲେଖ କରାଯାଇଛି ବୋଲି କୁହାଯାଇଛି, ସେ କହିଛନ୍ତି ।

“”ମୁଁ ପ୍ରତ୍ୟେକ ନିର୍ବାଚନରେ ପାଂଚ କିମି ଦୂରରେ ଥିବା ନିଜ ଗାଁ ବେଲମାରିଆକୁ ଯାଇ ମତଦାନ କରିଥାଏଁ କିନ୍ତୁ ନିର୍ବାଚନ ପରିଚାଳନା ଏକ ଭିନ୍ନ ଦ।ୟୀତ୍ୱ । ମୋ ଉପରେ ଏଭଳି ଦ।ୟୀତ୍ୱ ଦିଆଯାଇଥିବାରୁ ମୁଁ ବିଚଳିତ” ପ୍ରମୋଦ କହିଛନ୍ତି ।

ପ୍ରଥମ ଥର ପାଇଁ ମୋ ସହିତଏଭଳି ଘଟଣା ଘଟିଛି ।ଏହି ଘଟଣା ଦ୍ୱାରାପରିବାର ଲୋକେ ମଧ୍ୟ ଚିନ୍ତିତ ଅଛନ୍ତି, ସେ କହିଛନ୍ତି ।

ଏସଂପର୍କରେ ଗତ ଶନିବାର ପ୍ରମୋଦ ବିଡ଼ିଓ ତଥା ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଥିବାରୁ ତାଲିକାରୁ ତାଙ୍କ ନାଁ ହଟାଇ ପାରିବେ ନାହିଁ ବୋଲି କହିଥିଲେ ।

“”ନିଜ ଗାଁ କିମ୍ବା ପାଖ ଗାଁରେ ପୋଲିଂ ଅଫିସର ଭାବେ କାର୍ଯ୍ୟ କରିବାକୁ ମୁଁ ପ୍ରସ୍ତୁତ । କିନ୍ତୁ ଗାଁ ତଥା ସ୍କୁଲରୁ ବରୀ ଏବଂ କୋରେଇ ବହୁତ ଦୂର ହୋଇଥିବାରୁ ସେ ସ୍ଥାନକୁ ଯିବା ଅସମ୍ଭବ । ଏଠାରେ ୧୨ ଏବଂ ୧୭ରେ ଭୋଟ୍ ଗ୍ରହଣ ହେବ” ସେ କହିଛନ୍ତି ।

“”ନିର୍ବାଚନ କାର୍ଯ୍ୟ କରିବା ପାଇଁ ସ୍କୁଲ କର୍ତୃପକ୍ଷମାନେ ପ୍ରମୋଙ୍କ ସହ ଅନେକ ଶିକ୍ଷକଙ୍କ ନାଁ ପଠାଇଛନ୍ତି । ତାଙ୍କ ସହ ଅନ୍ୟ ପୋଲିଂ ଅଫିସରଙ୍କ ପାଇଁ ପରିବହନର ସୁବିଧା ଯୋଗାଇ ଦିଆଯିବ” ବିଂଝାରପୁର ବିଡ଼ିଓ ବନମାଳୀ ତରେଇ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version