Site icon Odisha.com

ଦ୍ୱିତୀୟ ଦିନ କୁକୁଡ଼ା ମରା ଅଭିଯାନ ଜାରି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ କେନ୍ଦ୍ର ସରକାରଙ୍କ କୁକୁଡ଼ା ଉନ୍ନୟନ ସଂସ୍ଥା ପରିସରରେ ସୋମବାରଦ୍ୱିତୀୟଦିନରେ ମଧ୍ୟ କୁକୁଡ଼ା ମରା ଅଭିଯାନ ଜାରି ରହିଛି ।

ଉକ୍ତ ସଂସ୍ଥା ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଫାର୍ମରେ ଦଶଟି ରାପିଡ଼ ରେସ୍ପନ୍ସ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହାସହ ଭୁବନେଶ୍ୱରର ୨୯ଟି ୱାର୍ଡ଼ରେ ମଧ୍ୟ କୁକୁଡ଼ା ମରା ଚାଲିଛି ।

ସଂସ୍ଥାରେ ଥିବା କୁକୁଡ଼ାଙ୍କ ରକ୍ତ ନମୂନାରେ ଏଚ୍୫ଏନ୍୧ ଭୂତାଣୁ ଚିହ୍ନଟ ହେବା ପରେ ରବିବାର ଠାରୁ କୁକୁଡ଼ା ମରା ଆରମ୍ଭ କରାଯାଛି । ଗତକାଲି ପ୍ରାୟ ୧୭ ହଜାରରୁ ଉଦ୍ଧ୍ୱର୍ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଛି ।

ଆଖପାଖ ଅଂଚଳର ଲୋକମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯିବା ସହ କୁକୁଡ଼ା ଏବଂ ଅଣ୍ଡା ବିକ୍ରି ତଥା ସେଗୁଡ଼ିକ ରଖିବା ଉପରେ କଟକଣା ଜାରି କରାଯାଇଛି ।

କୁକୁଡ଼ା ଉନ୍ନୟନ ସଂସ୍ଥା ପରିସରରେ କେତେକ କୁକୁଡ଼ା ମରିବା ପରେ ସେମାନଙ୍କ ନମୂନା ପରୀକ୍ଷା ପାଇଁ ଭୋପାଳ ପରୀକ୍ଷାଗାରକୁ ପଠାଯାଇଥିଲା ଏବଂ ସେଥିରୁ ଗୋଟିଏରେ ଏଚ୍୫ଏନ୍୧ ଭୂତାଣୁ ଚିହ୍ନଟ ହୋଇଥିଲା ।

ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା କେରଙ୍ଗ ଅଂଚଳରେ ୩୧ ହଜାର ୯୧୨ଟି କୁକୁଡ଼ା ଏବଂ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଅଂଚଳରେ ୧୧ ହଜାର ୨୧୬ଟି କୁକୁଡ଼ା ମରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍ଦଧ

Exit mobile version