Site icon Odisha.com

ଧାମରାରୁ ଏନ୍ସିସିର ପ୍ରଥମ ସାମୁଦ୍ରିକ ନୌଚାଳନା ଅଭିଯାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଧାମରା,ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଓଡିଶାର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍ସିସି) କ୍ୟାଡେଟ ମାନଙ୍କ ଦ୍ୱାରାପ୍ରଥମ ସାମୁଦ୍ରିକ ନୌଚାଳନା ଅଭିଯାନ ସୋମବାର ଧାମରା ବନ୍ଦରରୁ ଆରମ୍ଭ ହୋଇଛି ।

ଏଥିରେ ୩୦ ଜଣ ନୌବାହିନୀ ଏନ୍ସିସି କ୍ୟାଡେଟ୍ ଓଡିଶା ଉପକୂଳରେ ବଙ୍ଗୋପସାଗର ମଧ୍ୟରେ ୪୦୦ କିଲୋମିଟର ପଥ ଅତିକ୍ରମ କରିବେ । ପୂର୍ବରୁ ଏନ୍ସିସି ନୌଚାଳନା କାର୍ଯ୍ୟକ୍ରମ କେବଳ ନଦୀରେ ସୀମିତ ଥିଲା ।

ଭଦ୍ରକ ଜିଲ୍ଲାପାଳ ଅକ୍ଷୟ କୁମାର ପାଣି ଏଥିରେ ସାମିଲ ଥିବା ନୌବାହିନୀରଦୁଇଟି ହ୍ୱେଲର୍ ବୋଟ୍କୁ ଧାମରା ବନ୍ଦର ଜେଟିରୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

କଟକ ସ୍ଥିତ ଏନ୍ସିସି ଗ୍ରୁପ ମୁଖ୍ୟାଳୟ ଏବଂ ଓଡିଶା ଏନ୍ସିସି ନିର୍ଦ୍ଦେଶାଳୟର ତତ୍ୱାବଧାନରେ ଅନୁଷ୍ଠିତ ଏହି ଅଭିଯାନ ଫେବ୍ରୁଆରୀ ୧୫ ତାରିଖରେ ଗୋପାଳପୁର ବେଳାଭୂମିରେ ଶେଷ ହେବ ।

ଦଶଦିନ ବ୍ୟାପୀ ହେବାକୁ ଥିବା ଏହି ଅଭିଯାନରେ କେନ୍ଦ୍ରାପଡା ଜିଲ୍ଲାର ପେଣ୍ଠ ଓ ଜମ୍ବୁ, ଜଗତସିଂହପୁର ଜିଲ୍ଲାର ପାରାଦୀପ ଓ ସିଆଳୀ, ପୁରୀ ଜିଲ୍ଲାର ଅସ୍ତରଙ୍ଗ, କୋଣାର୍କ, ପୁରୀ ସହର ଓ ଚିଲିକା ମୁହାଁଣ ଏବଂ ଗଂଜାମ ଜିଲ୍ଲାର ପ୍ରୟାଗୀ ଠାରେ ସାମୟିକ ରହଣି କାର୍ଯ୍ୟକ୍ରମ ରହିଛି ।

ଏହି ସାମୟିକ ରହଣି ସମୟରେ କ୍ୟାଡେଟ୍ମାନେ ସ୍ଥାନୀୟ ଲୋକମାନଙ୍କ ସଂସ୍ପର୍ଶରେ ଆସିବା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲି ଖେିବେ ।

ଏହି ଅଭିଯାନ ପାଇଁ କ୍ୟାଡେଟ୍ଙ୍କ ୫ଦିନିଆ ତାଲିମ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଆବଶ୍ୟକତା ନିମନ୍ତେ ଧାମରା ବନ୍ଦର କମ୍ପାନୀ ଲିମିଟେଡ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

କଟକ ସ୍ଥିତ ତୃତୀୟ ନୌବାହିନୀ ଏନ୍ସିସି ୟୁନିଟର କମାଣ୍ଡିଙ୍ଗ୍ ଅଫିସର କମାଣ୍ଡର ପି.କେ.ନାୟକ ଏହି ନୌଚାଳନା ଅଭିଯାନ ଦଳର ନେତୃତ୍ୱ୍ୱ ନେଉଛନ୍ତି । ଏଥିରେ ରାଜ୍ୟର ବିଭିନ୍ନ ପ୍ରମୁଖ କଲେଜ ଗୁଡ଼ିକରୁ ଚୟନ ହୋଇଥିବା ଦଶ ଜଣ ମହିଳା କ୍ୟାଡେଟ୍ ମଧ୍ୟ ସାମିଲ ଅଛନ୍ତି ।

ବନ୍ଦର ପାଶ୍ୱର୍ବର୍ତୀ ଅଂଚଳର ସ୍କୁଲ ପିଲାମାନଙ୍କ ମଧ୍ୟରେ ଏନ୍ସିସି ଏବଂସାମୁଦ୍ରିକ ନୌଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନୌଚାଳନା କ୍ୟାଡେଟ ମାନଙ୍କ ସହିତ ଏକ ସ୍ୱତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version