Site icon Odisha.com

ରାଷ୍ଟ୍ରୀପ ପକ୍ଷରୁ ରାଜ୍ୟସ୍ତରୀୟ ପାଠକ ସମ୍ମିଳନୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଆ ସାପ୍ତାହିକ ରାଷ୍ଟ୍ରଦୀପ ପକ୍ଷରୁ ସୋମବାର ଭୁବନେଶ୍ୱର ରେଡ଼କ୍ରସ ଭବନ ଠାରେ ରାଜ୍ୟସ୍ତରୀୟ ପାଠକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ସଂପାଦକ ଜଗବନ୍ଧୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦିଲ୍ଲୀରୁ ପ୍ରକାଶିତ ଇଂରାଜୀ ସାପ୍ତାହିକ ଅର୍ଗାନାଇଜରର ସଂପାଦକ ଆର୍.ବାଲ ଶଙ୍କର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ।

ବର୍ତମାନ ସାମ୍ବାଦିକତା କ୍ଷେତ୍ର ବ୍ୟବସାୟ ଭିତ୍ତିକ ହୋଇଯାଇଛି ଏବଂ ଅର୍ଥ ରୋଜଗାର ଉଦ୍ଦେଶ୍ୟରେ ସମ୍ବାଦପତ୍ର ପ୍ରକାଶନକୁ ବ୍ୟବସାୟ ରୂପରେ ବ୍ୟବହାର କରାଯାଇଛି ବୋଲି ଶଙ୍କର କହିଛନ୍ତି ।

କଥାକଥିତ ସାମ୍ବାଦିକ ପରିବର୍ତେ ରାଜନୈତିକ ଲାଲ ସାଜିଛନ୍ତି । ତେଣୁ ଏ ପରିପ୍ରେକ୍ଷୀରେ ରାଷ୍ଟ୍ରବାଦୀ ପତ୍ରପତ୍ରିକା ଓ ସାମ୍ବାଦିକ ରାଷ୍ଟ୍ରବାଦୀ ବିଚାର ଧାରାର ପ୍ରଚାର ପ୍ରସାର କରୁଛନ୍ତି, ତେବେ ଏମାନଙ୍କ ଭବିଷ୍ୟତ ଉଜ୍ୱଳ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version