Site icon Odisha.com

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମେଶିନ ଦେବ ସତର୍କ ସୂଚନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହେଉଥିବା ରାଜ୍ୟବାସୀଙ୍କୁ ପୂର୍ବ ସୂଚନା ପ୍ରଦାନ କରିବା ପାଇଁ ମେଶିନର ବ୍ୟବହାର କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

ପାଣିପାଗ ପରିବର୍ତନ, ମହାବାତ୍ୟା, ସୁନାମୀ ଭଳି ବିପର୍ଯ୍ୟୟର ପୂର୍ବରୁ ଲୋକଙ୍କ ନିକଟରେ ସୂଚନା ପହଞ୍ଚାଇବା ପାଇଁ ସୋମବାର ପୁରୀରେ ମଲ୍ଟି ପରପଜ୍ ୱାର୍ଣ୍ଣି ସିଷ୍ଟମ ଦ୍ୱାରା ପ୍ରାଥମିକ ପରୀକ୍ଷା କରାଯାଇଛି ।

ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିବା ଏହି ମେଶିନକୁ ଗୁଣ୍ଡିଚା ମନ୍ଦିର, ନୋଳିଆ ସାହି ଅଞ୍ଚଳରେ ପରୀକ୍ଷା କରାଯାଇଥିବା ବେଳେ ଏହି ସମୟରେ ଦିଆଯାଇଥିବା ସୂଚନା ସାତ ଶହରୁ ଆଠ ଶହ ମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା ।

ଜନସାଧାରଣଙ୍କ ପାଇଁ ସରକାର କୌଣସି ସୂଚନା ଦେବାକୁ ଚାହିଁଲେ ଏହି ମେଶିନ ସାହାଯ୍ୟରେ ଦେଇପାରିବେ ଏବଂ ଏଥିରେ ବିଭିନ୍ନ ବିପର୍ଯ୍ୟୟ ପାଇଁ ଅଲଗା ଅଲଗା ଶବ୍ଦ ରହିଛି । ଏହାଦ୍ୱାରା ଲୋକମାନେ ବିପର୍ଯ୍ୟୟ ପୂର୍ବରୁ ସୂଚନା ପାଇ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version