Site icon Odisha.com

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରମୁଖ ନେତାଙ୍କ ନିର୍ବାଚନ ପ୍ରଚାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ତିନି ରାଜନୈତିକ ଦଳର ପ୍ରମୁଖ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋର୍ ସୋର୍ରେ ପ୍ରଚାର ଚଳାଇଛନ୍ତି ।

ଏହି କ୍ରମରେ ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ ସୋମବାର ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ।

ଜୁଏଲ ପାଇକପୁର ପଞ୍ଚାୟତରେ ଦଳୀୟ କର୍ମୀଙ୍କ ଗହଣରେ ଏକ ପଦଯାତ୍ରାରେ ଘରଘର ବୁଲି ପ୍ରଚାର କରିବା ସହ ବିଜେପି ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି ।

ସେହିପରି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରଚାର କରିଥିବା ବେଳେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଜଗଦିଶ ଟାଇଟଲର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯାଜପୁରରେ ପ୍ରଚାର କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version