Site icon Odisha.com

ଗଣବଳାତ୍କାର: କମିଶନଙ୍କ ରିପୋର୍ଟ ବିରୋଧରେ ଆନ୍ଦୋଳନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଘଟଣାରେ ରାଜ୍ୟ ମହିଳା କମିଶନ ଦେଇଥିବା ରିପୋର୍ଟକୁ ବିରୋଧ କରି ମଙ୍ଗଳବାର ଭୁବନେଶ୍ୱରରେ ଆନ୍ଦୋଳନ କରାଯାଇଛି ।

କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀଙ୍କ ଇସ୍ତଫା ଦ।ବିରେ ରାଜ୍ୟ ମହିଳା କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମହିଳା ଶାଖା ପକ୍ଷରୁ ଭିନ୍ନଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କମିଶନ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟର ନକଲକୁ ସେମାନେ ପୋଡ଼ି ଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ଘଟଣା ନେଇ ସିପିଆଇ, ସିପିଏମ୍, ଆର୍ଜେଡ଼ି ଫରୱାର୍ଡ଼ବ୍ଲକ, ସମାଜବାୀ ପାର୍ଟୀ ପ୍ରମୁଖ ଦଳର ନେତାମାନେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କୁ ସାକ୍ଷାତ କରି ପାଣିଗ୍ରାହୀଙ୍କ ଇସ୍ତଫା ଦ।ବି କରିଛନ୍ତି ।

ପୀଡ଼ିତାଙ୍କୁ ଗଣବଳାତ୍କାର କରାଯାଇନଥିବା ଦର୍ଶାଇ କମିଶନ ଅଧ୍ୟକ୍ଷା ଗତ ଗୁରୁବାର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।

ଡ଼ାକ୍ତରମାନେ ଠିକ୍ ଭାବେ ଚିକିତ୍ସା କରିଥିଲେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହୋଇନଥାନ୍ତା ଉଲ୍ଲେଖ କରି ଚିକିତ୍ସାରେ ଅବହେଳା କରିଥିବା ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ସୁପାରିଶ କରିଥିଲେ ।

ତେବେ କମିଶନଙ୍କ ଏଭଳି ରିପୋର୍ଟକୁ ନେଇ ବିଭିନ୍ନ ରାଜନୈତିକ ଦଳ ଏବଂ ଅନୁଷ୍ଠାନ ପକ୍ଷରୁ ଏହାର ତୀବ୍ର ବିରୋଧ କରାଯାଇଛି ।

ଭୁବନେଶ୍ୱର ଠାରୁ ଦଶ କିମି ଦୂର ଅର୍ଜୁନଗଡ଼ା ଗ୍ରାମ ନିକଟରେ କେତେକ ଲୋକ ଗତ ନଭେମ୍ବର ୨୮ରେ ସଂପୃକ୍ତ ଯୁବତୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଯୁବତୀ ଜଣକ ବର୍ତମାନ କଟକ ବଡ଼ ଡ଼ାକ୍ତରଖାନାରେ କୋମା ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version