Site icon Odisha.com

୯ରୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ସମ୍ମିଳନୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୮(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୯ ଓ ୧୦ ତାରିଖରେ ଦୁଇଦିନ ଧରି ଭୁବନେଶ୍ୱରରେ ଜାତୀୟ ଇ-ଗଭର୍ଣ୍ଣାନ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ।

କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ, ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମିଳିତ ସହଯୋଗରେ କିଟ୍ ବିଶ୍ୱ ବିଦ୍ୟାଳୟ ପରିସରରେ ଏହା ଅନୁଷ୍ଠିତ ହେବ ।

ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୧୫୦୦ ପ୍ରତିନିଧି ସେମାନଙ୍କର ସୂଚନା ପ୍ରଯୁକ୍ତି ପ୍ରକଳ୍ପ ସହ ଯୋଗ ଦେବେ । ୨୦୦୫ ପରେ ରାଜ୍ୟଦ୍ୱିତୀୟ ଥର ପାଇଁ ଏହି ସମ୍ମିଳନୀର ଆୟୋଜନ କରୁଛି ବୋଲି ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ କହିଛନ୍ତି ।

ଏହି ଅବସରରେ ସାତଟି ଶ୍ରେଣୀରେ ୨୧ଟି ପୁରସ୍କାର ପ୍ରଦାନ ରାଯିବ ଏବଂ ଶ୍ରେଷ୍ଠ ସରକାରୀ ପୋର୍ଟାଲ ଶ୍ରେଣୀରେ ସମନ୍ୱିତ ଟ୍ରେଜରି ପରିଚାଳନା ପାଇଁ ରାଜ୍ୟ ଅର୍ଥ ବିଭାଗକୁ ସ୍ୱର୍ଣ୍ଣ ଓ ଶ୍ରେଷ୍ଠ ସୂଚନା ଅଧିକାର ପୋର୍ଟାଲ ଶ୍ରେଣୀରେ ସୂଚନା ଓ ଲୋକସଂପର୍କ ବିଭାଗକୁ ରୌପ୍ୟ ପୁରସ୍କାର ମିଳିବ ବୋଲି ଜେନା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉ୍ଘାଟନ କରିବାକୁ ଥିବା ବେଳେ କେନ୍ଦ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ସଚିନ ପାଇଲଟ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଭି.ନାରାୟଣ ସ୍ୱାମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version