ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ଧଉଳି ପାହାଡ଼ ଉପରୁ ମଙ୍ଗଳବାର ଏକ ତୀର୍ଥଯାତ୍ରୀ ବସ୍ ଖସିପଡ଼ି ତିନି ଜଣଙ୍କ ମୃତ୍ୟୁ ହେବା ସହ ୩୦ ଜଣ ଆହତ ହୋଇଥିବା ପୋଲିସ କହିଛି ।
ପଶ୍ଚିମବଙ୍ଗରୁ ପ୍ରାୟ ୪୦ ଜଣ ଯାତ୍ରୀ ଗତକାଲି ପୁରୀ ବୁଲିବାକୁ ଆସିଥିଲେ । ଆଜି ସେମାନେ ଏକ ଘରୋଇ ବସ୍ରେ ପାହାଡ଼ ଉପରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବସ୍ଟି ତଳକୁ ଖସିପଡ଼ିଥିଲା ।
ଘଟଣାସ୍ଥଳରେ ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍