Site icon Odisha.com

ପ୍ରାର୍ଥୀଙ୍କ ହତ୍ୟା ପ୍ରତିବାଦରେ ବଲାଙ୍ଗୀର ବନ୍ଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ଜଣେ ୱାର୍ଡ଼ମେମ୍ବର ପ୍ରାର୍ଥୀଙ୍କ ହତ୍ୟା ପ୍ରତିବାଦରେ ମଙ୍ଗଳବାର ବଲାଙ୍ଗୀରରେ ବନ୍ଦ ଡ଼ାକରା ଦିଆଯାଇଛି ।

ଜିଲ୍ଲା ଛାତ୍ର କଂଗ୍ରେସ ଏବଂ ଯୁବ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବରେ ସହରରେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ବ୍ୟାଙ୍କ ଆଦି ବନ୍ଦ ରହିଥିଲା

ଜିଲ୍ଲାରେ ଏହା ପ୍ରଥମ ନିର୍ବାଚନ ହିଂସାକାଣ୍ଡ ହୋଇଥିବାରୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହ ସଂପୃକ୍ତ
ପ୍ରାର୍ଥୀଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେମାନେ ଦ।ବି କରିଛନ୍ତି ।

ବଇରାସର ପଂଚାୟତର ୱାର୍ଡ ନଂ-୩ର ୱାର୍ଡ଼ମେମ୍ବର ପ୍ରାର୍ଥୀ ଏକାଶିଆ ମାଝିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟା ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version