Site icon Odisha.com

ଆକାଶବାଣୀ ସମ୍ବାଦଦାତା ଅଶୋକ ନାୟକ ସମ୍ବର୍ଦ୍ଧିତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ଆକାଶବାଣୀ କେନ୍ଦ୍ରର ସମ୍ବାଦଦାତା ଅଶୋକ କୁମାର ନାୟକଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି ।

ଆକାଶବାଣୀ କଟକ କେନ୍ଦ୍ରର ୬୫ ତମ ପ୍ରତିଷ୍ଠା ଦିବସ ଉତ୍ସବରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ
ରଥ ନାୟକଙ୍କୁ ଉପଢ଼ୌକନ, ଫଳକ ମାନପତ୍ର ନଗଦ ୨ ହଜାର ଟଙ୍କା ପ୍ରଦାନ କରି ସମ୍ବର୍ଦ୍ଧିତ
କରିଛନ୍ତି ।

ଏହି ଅବସରରେ ଆକାଶବାଣୀ କଟକ କେନ୍ଦ୍ର ନିଦେ୍ର୍ଧଶକ ସୁଧା ମିଶ୍ର, ଆକାଶବାଣୀ ଅବସର ବିନୋଦନ କେନ୍ଦ୍ର ସମ୍ପାଦକ ଅଶୋକ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

ନାୟକ ଭଦ୍ରକ ସହର ଅସ୍ଥଳ ନରିପୁର ଗ୍ରାମର ରାଜ୍ୟ ଗୋପବନ୍ଧୁ ପୁରସ୍କାର ପ୍ରାପ୍ତ ସୁରେନ୍ଦ୍ର ଚନ୍ଦ୍ର ନାୟକ ଓ ହରିପ୍ରିୟା ନାୟକଙ୍କ ସୁପୁତ୍ର ଅଟନ୍ତି ।

ସେ ୧୯୮୭ରୁ ଆଜି ପର୍ଯ୍ୟନ୍ତ ସାମ୍ବାିକତା କ୍ଷେତ୍ରରେ ସକ୍ରିୟ ଅଛନ୍ତି । ସେ ନିର୍ଭିୀକ ଭାବେ ସତ୍ୟର ସାମ୍ନା କରି ମାନବିକ ମୂଲ୍ୟବୋଧକୁ ସମ୍ମାନ ଜଣାଇ ନିରବଚ୍ଛିନ୍ନ ଭାବେ ଭିନ୍ନ ଭିନ୍ନ ସମ୍ବାଦ ପତ୍ରର ମଧ୍ୟ ପ୍ରତିନିଧି ରୂପେ କାର୍ଯ୍ୟ କରିଛନ୍ତି ।

ନାୟକ ୨୦୦୪ ଜାନୁୟାରୀ ୧୩ରୁ ଭଦ୍ରକ ଜିଲ୍ଲା ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ରର ଜିଲ୍ଲା ସମାଚାର ପ୍ରତିନିଧି ଭାବେ ବିଭିନ୍ନ ସକାରାତ୍ମକ ସମ୍ବାଦ ପ୍ରେରଣ କରି ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version