Site icon Odisha.com

ପିସିସି ନିର୍ବାଚନ ଇସ୍ତାହାର ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୮(ଓଡ଼ିଶା ଡ଼ଟ୍ କମ୍) ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଥିବା ଇସ୍ତାହାର ପ୍ରତ୍ୟାହାର କରିବାକୁ ବୁଧବାର ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଇସ୍ତାହାରରୁ ଆପତ୍ତିଜନକ ତଥ୍ୟ ହଟାଇ ପୁଣିଥରେ ଛପାଯାଇପାରେ ବୋଲି କମିଶନ କହିଥିବା ବେଳେ ଏହାର ପୃଷ୍ଠା ୩ର ପ୍ରଥମ ତିନି ପାରା ଏବଂ ପୃଷ୍ଠା ୯ ଓ ୧୦ ହଟାଇବାକୁ କହିଛନ୍ତି ।

ସେହିପରି ଇସ୍ତାହାରର ପଛ ପୃଷ୍ଠାରେ ଥିବା ଦଶାନନ କାର୍ଟୁନ ମଧ୍ୟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କମିଶନଙ୍କ ଏହି ରାୟ ପକ୍ଷପାତିତା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ପ୍ରକାଶିତ ଇସ୍ତାହାରରେ ଭୋଟରମାନଙ୍କୁ ପ୍ରଭାବିତ କରିବା ଭଳି ପ୍ରତିଶ୍ରୁତି ଦିଆଯିବା ସହ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମନ୍ତ୍ରୀଙ୍କ ବିରୋଧରେ ଆକ୍ଷେପ ମୂଳକ ମନ୍ତବ୍ୟ ଦିଆଯାଇଥିବା ବିଜେଡ଼ି କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା ।

ଅଭିଯୋଗ ପରେ ରାଜ୍ୟ ନିର୍ବାଚନ କମିଶନ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । କମିଶନ ମଙ୍ଗଳବାର ଏହାର ଶୁଣାରି କରି ରାୟ ସଂରକ୍ଷିତ ରଖିଥିଲେ ।

ଏହି ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମେତ ୧୪ ଜଣଙ୍କ ବିରୋଧରେ କଂଗ୍ରେସ ଦୁର୍ନୀତି ଅଭିଯୋଗ ଆଣିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version