Site icon Odisha.com

ଜବତ ଔଷଧରେ ମିଥାଇଲ ଆଲକହଲ: ପରୀକ୍ଷା ରିପୋର୍ଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଔଷଧ ଓ ମଦ ମୃତ୍ୟୁ ପରେ ଜବତ କରାଯାଇଥିବା ଔଷଧରେ ମିଥାଇଲ ଆଲକହଲ ଥିବା ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି ।

ଏହି ଔଷଧରେ ଜୀବନ ହାନୀକାରକ ମିଥାଇଲ ଆଲକହଲ ଥିବା ଫରେନ୍ସିକ୍ ରିପୋର୍ଟରୁ ପ୍ରମାଣ
ମିଳିଛି । ମଦ ବିକ୍ରୀ ହେଉଥିବା ସ୍ଥାନରୁ ଔଷଧ ବୋତଲ ଗୁଡ଼ିକୁ ଜବତ କରି ପରୀକ୍ଷା ପାଇଁ
ପଠାଯାଇଥିଲା ।

ତେବେ ଔଷଧ ପ୍ରସ୍ତୁତକାରୀ କମ୍ପାନୀରୁ ଜବତ ହୋଇଥିବା ବୋତଲ ଗୁଡ଼ିକରେ ମିଥାଇଲ ଆଲକହଲ
ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।

ମିଥାଇଲ ଆଲକହଲ ଶିଳ୍ପ ପାଇଁ ବ୍ୟବହାର କରାଯାଇଥାଏ । କୌଣସି ଶିଳ୍ପ ସଂସ୍ଥାରୁ ଏହାକୁ ନେଇ
ଔଷଧ ପ୍ରସ୍ତୁତ କରି ବିକ୍ରୀ କରାଯାଇଛି ଫଳରେ ଏଭଳି ଘଟଣା ଘଟିଛି ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

ଜିଞ୍ଜର, ଅରେଂଜ ଟିନ୍ଚର ଏବଂ ଅନ୍ୟ ଔଷଧ ଶେବନ ଯୋଗୁଁ ଲୋକେ ମୃତ୍ୟୁ ମୁଖରେ ପଡ଼ିଛନ୍ତି ଏବଂ ଏହି ଔଷଧ ଗୁଡ଼ିକରେ ୪୨ରୁ ୬୨ ପ୍ରତିଶତ ଆଲକହଲ ରହିଥିବା କୁହାଯାଇଛି ।

ଏହି ଔଷଧ ଏବଂ ମଦ ଜନିତ ମୃତ୍ୟୁ ଘଟଣାରେ ମୃତକଙ୍କ ସଂଖ୍ୟା ୩୩ରେ ପହଂଚିଥିବା ବେଳେ
ବର୍ତମାନ ମଧ୍ୟ ୭୦ରୁ ଉଦ୍ଧ୍ୱର୍ ଲୋକ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version