Site icon Odisha.com

କେନ୍ଦ୍ରାପଡ଼ା: ଟେଣ୍ଡର ଫିକ୍ସିଂ ଅଭିଯୋଗରେ କ୍ୟାସିଅର ଗିରଫ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଫେବୃୟାରୀ ୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲାରେ ଅପରାଧିଙ୍କ ସହ ସଂପର୍କ ରଖି ଟେଣ୍ଡର ଫିକ୍ସିଂ କରୁଥିବା ଅଭିଯୋଗରେ ପୋଲିସ ରାସ୍ତା ଓ ଗୃହ ନିର୍ମାଣ ବିଭାଗର କ୍ୟାସିଅରକୁ ଗୁରୁବାର ଗିରଫ କରିଛି ।

ସଂପୃକ୍ତ କ୍ୟାସିଅର ବଟକୃଷ୍ଣ ଜେନା ମାଫିଆ ତଥା ଅପରାଧୀଙ୍କୁ ଟେଣ୍ଡର ସଂପର୍କରେ ସୂଚନା ଦେଉଥିବା ଜଣେ ଅଧିକାରୀ କହିଛନ୍ତି । ଗିରଫ ପରେ ତାଙ୍କୁ ବିଚାର ବିଭାଗୀୟ ଆଲତରେ ହାଜର କରାଯାଇଛି । ଜାମିନ ଆବେଦନ ଖାର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇିଆଯାଇଛି ।

“”ଦୁଇ ମାସ ତଳେ ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ଭାଇଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ
ଏକ ଡ଼ାଏରୀ ଜବତ କରିଥିଲା । ଏହି ଡ଼ାଏରୀରେ କେତେକ ଠିକ।ଦାର ଏବଂ ସଂପୃକ୍ତ ବିଭାଗର
କର୍ମଚାରୀଙ୍କ ନାମ ଉଲ୍ଲେଖ ଥିଲା” କେନ୍ଦ୍ରାପଡ଼ା ଥାନା ଅଧିକାରୀ କହିଛନ୍ତି ।

ସେହିପରି ପୂର୍ବରୁ ଟେଣ୍ଡର ଫିକ୍ସିଂ କରିବା ପାଇଁ ମାଫିଆ ଏବଂ ଅପରାଧୀଙ୍କ ସହ ସଂପର୍କ ରଖିଥିବା ଅଭିଯୋଗରେ ପୋଲିସ ପାଂଚ ଜଣ ଠିକ।ଦାରଙ୍କୁ ଗିରଫ କରିଥିଲା । ଏହି ସମାନ ଅଭିଯୋଗରେ ପୂର୍ବରୁ ମଧ୍ୟ ବିଭାଗର ଜଣେ କର୍ମଚାରୀଙ୍କୁ ପୋଲିସ ଗିରଫ କରିଥିଲା ।

ରାସ୍ତା କାମ ପାଇଁ ବିଭିନ୍ନ ଠିକ।ଦାର ବର୍ତମାନ ଟେଣ୍ଡର ଦାଖଲ କରିଥିବା ବେଳେ ସେହି କାମ ପାଇବା ପାଇଁ ଏମାନେ ମାଫିଆ ତଥା ଅପରାଧୀଙ୍କୁ ନିୟୋଜିତ କରିଥିବା ପୋଲିସ ସନ୍ଦେହ କରୁଛି।

ଓଡ଼ିଶା ଡ଼ଟ୍ କମ୍

Exit mobile version