• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭଦ୍ରକ: ୫ ସନ୍ତାନର ଜନକ ସତ୍ୱେ ସରପଞ୍ଚ ପ୍ରାର୍ଥୀ

February 9, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୯(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଜିଲ୍ଲାରେ ପାଞ୍ଚଟି ସନ୍ତାନର ଜନକ ହୋଇ ମଧ୍ୟ ଜଣେ ବ୍ୟକ୍ତି ସରପଞ୍ଚ ଭାବେ ନିର୍ବାଚନ ଲଢୁଛନ୍ତି ।

ଏ ସଂପର୍କରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି । ଯେଉଁ ବ୍ୟକ୍ତିଙ୍କ ଦୁଇରୁ ଅଧିକ ପିଲା ଥିବେ ସେମାନେ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିପାରବେ ନାହିଁ ବୋଲି ସରକାରଙ୍କ ଗ୍ରାମ ପଞ୍ଚାୟତ ଆଇନ ୧୯୯୫ରେ ଉଲ୍ଲେଖ କରାଯାଇଛି ।

ପାଞ୍ଚଟି ସନ୍ତାନ ଥିବା ସତ୍ୱେ ଭଣ୍ଡାରିପୋଖରୀ ବ୍ଲକ ଅର୍ନ୍ତଗତ କାବରଙ୍ଗ ପଞ୍ଚାୟତର ଭାଗିରଥି ସେଠୀ ସରପଞ୍ଚ ପ୍ରାର୍ଥୀ ପାଇଁ ପ୍ରତିନ୍ଦ୍ୱନ୍ଦୀତା କରୁଥିବା ସ୍ୱାଧିନ ପ୍ରାର୍ଥୀ ବସନ୍ତ କୁମାର ଖିଲାର ଅଭିଯୋଗ କରିଛନ୍ତି ।

ସେଠୀଙ୍କର ପ୍ରଥମ କନ୍ୟା ସନ୍ତାନ ୧୯୮୮ ରେ,ଦ୍ୱିତୀୟ ୧୯୯୧ରେ, ତୃତୀୟ ୧୯୯୨ରେ ଜନ୍ମ
ହୋଇଥିବାବେଳେ,ଚତୁର୍ଥ ପୁତ୍ର ସନ୍ତାନ ୧୯୯୫ରେ ଜନ୍ମ ହୋଇଥିବା ସ୍କୁଲ ଆଡ଼ମିଶନ ରେକର୍ଡ଼ରୁ ଜଣାପଡ଼ିଛି ।

ଏହା ବ୍ୟତୀତ ତାଙ୍କର ପଞ୍ଚମ ସନ୍ତାନ ୧୯୯୭ରେ ଜନ୍ମ ହୋଇଥିଲେ ମଧ୍ୟ ଚଞ୍ଚକତା ପୂର୍ବକ ସ୍କୁଲରେ
ନାମ ଲେଖା ସମୟରେ ଜନ୍ମ ତାରିଖକୁ ବଦଳାଇ ଉକ୍ତ ସନ୍ତାନକୁ ନିଜ ଭାଇ ଜଗବନ୍ଧୁଙ୍କ ସନ୍ତାନ ଭାବେ
ଦର୍ଶାଇଥିବା ଅଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟରୁ ଜଣାପଡ଼ିଛି, ଦାଖିଲଦାର ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଜିଲ୍ଲାପାଳ ନିର୍ବାଚନ ଆଚରଣ ବିଧି ସମ୍ପର୍କିତ କର୍ମଶାଳାରେ ସମସ୍ତ ଅଧିକାରୀ ମାନେ ନିର୍ବାଚନକୁ ନେଇ ନିରପେକ୍ଷତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କମିଶନ, ପଞ୍ଚାୟତ ନିର୍ବାଚନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version