Site icon Odisha.com

ମହିଳା କମିଶନଙ୍କ ରିପୋର୍ଟ ରଦ୍ଧ ପାଇଁ ମାମଲା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୯(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ମାମଲାରେ ରାଜ୍ୟ ମହିଳା କମିଶନ ଦେଇଥିବା ରିପୋର୍ଟକୁ ରଦ୍ଧ କରିବା ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି ।

ଘଟଣାର ବିଚାର ବିଭାଗୀୟ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ଏଭଳି ରିପୋର୍ଟ ପ୍ରକାଶ କରିଥିବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ନ୍ୟାସନାଲ ଲୟର୍ସ ଫୋରମ ପକ୍ଷରୁ ବୁଧବାର କୋର୍ଟରେ ନିବେନ କରାଯାଇଛି ।

ଘଟଣା ଉପରେ ହାଇକୋର୍ଟଙ୍କ ପକ୍ଷରୁ ମନିଟରିଂ କରାଯାଉଥିବା ବେଳେ କମିଶନ ଅଧ୍ୟକ୍ଷା ପୀଡ଼ିତାଙ୍କୁ ବଳାତ୍କାର କରାଯାଇନଥିବା ରିପୋର୍ଟରେ ଦର୍ଶାଇଛନ୍ତି ବୋଲି କୁହାଯାଇଛି ।

ପୀଡ଼ିତାଙ୍କ ଚିକିତ୍ସା ସମୟରେ ଡ଼ାକ୍ତର ବଳାତ୍କାର ସଂପର୍କରେ କୌଣସି ବିଷୟ ଉଲ୍ଲେଖ କରିନଥିବାରୁ ତାଙ୍କର କୌଣସି ଚିକିତ୍ସା ମଧ୍ୟ କରାଯାଇ ନାହିଁ ଏବଂ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାରେ ମଧ୍ୟ ବଳାତ୍କାର ବିଷୟରେ କୁହାଯାଇ ନାହିଁ ବୋଲି କମିଶନ ରିପୋର୍ଟରେ ଦର୍ଶାଇଥିଲେ ।

ତେଣୁ ଉକ୍ତ ରିପୋର୍ଟକୁ ରଦ୍ଧ କରିବା ପାଇଁ ଫୋରମର ସଂପାଦକ ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ମାମଲା ରୁଜୁ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version