Site icon Odisha.com

ଔଷଧ,ମଦ ମୃତ୍ୟୁ: ଚଢାଉ ଜାରି ରଖିବାକୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୯(ଓଡ଼ିଶା ଡ଼ଟ୍ କମ୍) କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ ଏବଂ ମଦ ମୃତ୍ୟୁ ଘଟଣାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ଚଢାଉ ଜାରି ରଖିବାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଉଭୟ ଜିଲ୍ଲାର ୧୦୩ ଜଣ ବ୍ୟକ୍ତି ଏହି ଦୁର୍ଭାଗ୍ୟଜନକ ଘଟଣାରେ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୩ ଜଣ ପ୍ରାଣ ହରାଇଥିବା ବେଳେ ୭୩ ଜଣ ଚିକିତ୍ସିତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମୀକ୍ଷା ବୈଠକରେ କୁହାଯାଇଛି ।

ସେହିପରି ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ସାତଜଣ ଚିକିତ୍ସା ପାଇଁ ଭର୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣ ପ୍ରାଣ ହରାଇଛନ୍ତି ।

ଅବକାରୀ ବିଭାଗ ପକ୍ଷରୁ ଏହିଦୁଇଟି ଜିଲ୍ଲାରେ ୨୩ଟି ସ୍ଥାନରେ ଚଢାଉ କରାଯାଇ ୨୭ ଜଣଙ୍କୁ ଗିରଫ କରାଯାଇଛି ଏବଂ ଦୁଇ ଜଣଙ୍କୁ ଠାରୁ ଇପିକାରମ୍ ଜବତ କରାଯାଇଥିବା କୁହାଯାଇଛି ।

ସେହିପରି ପୋଲିସ ପକ୍ଷରୁ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ୨୦ ବୋତଲ ଇପିକାରମ୍ ବୋତଲ ଜବତ
କରାଯାଇଛି । ଇପିକାରମ୍ ଓ ସିନେମନ୍ ବୋତଲ ନଷ୍ଟ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ଏହାକୁ ବ୍ୟବହାର ନକରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version