Site icon Odisha.com

ଜଷ୍ଟିସ ନାଇଡ଼ୁ ଔଷଧ,ମଦ ମୃତ୍ୟୁର ତଦନ୍ତ କମିଶନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ ଏବଂ ମଦ ମୃତ୍ୟୁ ଘଟଣାର ତଦନ୍ତ କମିଶନ ଭାବେ ଜଷ୍ଟିସ ଏ.ଏସ୍.ନାଇଡ଼ୁଙ୍କୁ ନିଯୁକ୍ତ କରାଯାଇଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଘଟଣାର ବିଚାର ବିଭାଗୀୟ ତଦନ୍ତ ଘୋଷଣା କରିଥିବା ବେଳେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

କମିଶନ ଛଅ ମାସ ମଧ୍ୟରେ ତାଙ୍କ ରିପୋର୍ଟ ଦେବାକୁ କୁହାଯାଇଛି । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ବିଷାକ୍ତ ଦ୍ରବ୍ୟ କେଉଁ ଠାରୁ ଆସିଥିଲା, ଏହାର ବିକ୍ରୀ ଓ ଯୋଗାଣରେ କେଉଁମାନେ ସଂପୃକ୍ତ ସେ ବିଷୟରେ ତଦନ୍ତ କରିବେ ।

କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ଗରିବ ଶ୍ରେଣୀର ଲୋକମାନେ କାଶ, ଥଣ୍ଡା ଏବଂ ଖଣ୍ଡିଆ ସ୍ଥାନରେ ଲଗାଇବା ପାଇଁ ବ୍ୟବହାର କରାଯାଉଥିବା “ଇପିକାରମ୍’ ଓ “ସିନେମନ୍’ ନାମକ ଔଷଧ କିଣି ଖାଇବା ପରେ ମଙ୍ଗଳବାର ଅସୁସ୍ଥ ହୋଇପଡ଼ିଥିଲେ ।

ପରେ ଏହି ଘଟଣାରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେତେକ ଲୋକ ବର୍ତମାନ ମଧ୍ୟ ଚିକିତ୍ସାଧିନ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version