Site icon Odisha.com

କ୍ଷେପଣାସ୍ତ୍ର ବିଧ୍ୱଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ହ୍ୱିଲରଦ୍ୱୀପ ରୁ ଇନ୍ଟରସେପ୍ଟର
(କ୍ଷେପଣାସ୍ତ୍ର ବିଧ୍ୱଂସୀ କ୍ଷେପଣାସ୍ତ୍ର)ର ଶୁକ୍ରବାର ସଫଳ ପରୀକ୍ଷଣ କରାଯାଇଛି ।

ପ୍ରଥମେ ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଂଚ ପ୍ୟାଡ଼ରୁ ୧୦ଟା ୧୩ରେ
ମୋବାଇଲ ଲଂଚର ଯୋଗେ ମଧ୍ୟମ ଦ୍ରୁତଗାମୀ କ୍ଷେପଣାସ୍ତ୍ର “ପୃଥ୍ୱୀ’କୁ ଉତକ୍ଷେପଣ କରାଯାଇଥିଲା ଏବଂ
ଏହାର ତିନି ମିନିଟ୍ ପରେ ହ୍ୱିଲର ଦ୍ୱୀପ ରୁ ଇନ୍ଟରସେପ୍ଟରକୁ ଛଡ଼ାଯାଇଥିଲା ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୭.୫ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୧୫ କିମି ଦୂରତାରେ
କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଥିଲା ।

ପୂର୍ବରୁ ୨୦୦୬, ୨୦୦୭, ୨୦୦୯, ୨୦୧୦ ଏବଂ ଶେଷ ଥର ପାଇଁ ଗତ ୨୦୧୧ ମାର୍ଚ୍ଚ ୬ରେ
ଏହାର ସଫଳ ପରୀକ୍ଷଣ କରାଯାଇଥିଲା ।

ଓଡିଶା ଡଟ୍ କମ୍

Exit mobile version