Site icon Odisha.com

୨୦୧୨-୧୩ ବର୍ଷର ଚିଠା ବଜେଟ୍ ଅନୁମୋଦିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ୨୦୧୨-୧୩ ଆର୍ଥିକ ବର୍ଷ ପାଇଁ ୫୦ ହଜାର ୭ ଶହ ୧୭ କୋଟି ୯୩ ଲକ୍ଷ ଟଙ୍କାର ଚିଠା ବଜେଟ୍ ଶୁକ୍ରବାର ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ଲାଭ କରିଛି ।

୨୧ରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ
ମନ୍ତ୍ରୀପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଛି ।

ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମନ୍ତ୍ରୀ ପରିଷଦରେ ଏହି ଚିଠା ବଜେଟ ଉପସ୍ଥାପନ କରିଥିବା ବେଳେ ଆସନ୍ତା ୨୪ ତାରିଖରେ ବିଧାନସଭାରେ ଏହା ଉପସ୍ଥାପନ ହେବ ।

ବଜେଟ୍ରେ ଅଣଯୋଜନା ଖର୍ଚ୍ଚ ୩୫ ହଜାର ୫ଶହ ୧୭ କୋଟି ୯୩ ଲକ୍ଷ ଥିବାବେଳେ ରାଜ୍ୟ
ଯୋଜନା ଖର୍ଚ୍ଚ ୧୫ ହଜାର ୨ଶହ କୋଟି ଟଙ୍କା ରହିଛି ।

ଗୋପବନ୍ଧୁ ଗ୍ରାମୀଣ ରୋଜଗାର ଯୋଜନାରେ ୧୬୫ କୋଟି ଟଙ୍କା, ବିଜୁ କେବିକେ ଯୋଜନାରେ ୧୨୦କୋଟି ଟଙ୍କା, ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ୧୫୦ କୋଟି ଟଙ୍କା, ମଧୁବାବୁ ପେନ୍ସନ ଯୋଜନାରେ ୬୦ କୋଟି ଟଙ୍କା ।

ବିଜୁ କନ୍ଧମାଳ ଯୋଜନାରେ ୨୮ କୋଟି ୫୦ ଲକ୍ଷ ଟଙ୍କା ଓ ବିଜୁ ବିଦ୍ୟୁତ ଯୋଜନାରେ ୩୯ କୋଟି ୨୦ ଲକ୍ଷ ଟଙ୍କା ଦିଆଯାଇଛି । ସେହିପରି ଚେକ ଡ୍ୟାମ୍ ନିର୍ମାଣ ପାଇଁ ୨ଶହ କୋଟି ଟଙ୍କା ଦିଆଯାଇଥିବା ବେଳେ ଚିଲିକା ଅଂଚଳରେ ମଧୁର ଜଳ ସଂଗ୍ରହ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ବିଧାୟକ ଆଚଂଳିକ ଉନ୍ନୟନ ପାଣ୍ଠି ଯୋଜନାରେ ୧୪୭ କୋଟି ଟଙ୍କା ଦିଆଯାଇଥିବା ବେଳେପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୮୦ କୋଟି ଟଙ୍କା ଦିଆଯାଇଛି ।

ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୫୦ କୋଟି ଟଙ୍କା ଓ ବିଜୁ ସେତୁ ଯୋଜନାରେ ୧୩୦ କୋଟି ଟଙ୍କା ଏବଂ ମମତା ଯୋଜନାରେ ୨୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତି ନିଆଯାଇଛି।

ଓଡ଼ିଶା ଡ଼ଟ୍ କମ୍

Exit mobile version