Site icon Odisha.com

ଔଷଧ, ମଦ ମୃତ୍ୟୁ ନେଇ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ ଓ ମଦ ମୃତ୍ୟୁ ଘଟଣାର ସବିଶେଷ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଡ଼ାକ୍ତରଖାନାରେ
ଚିକିତ୍ସିତ ହେଉଥିବା ଅସୁସ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ କହିଛନ୍ତି ।

ଏହି ଘଟଣାରେ ପୂର୍ବରୁ କୋର୍ଟ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି କି ନାହିଁ ସେ ସଂପର୍କରେ ମଧ୍ୟ ଜଣାଇବାକୁ କୁହାଯାଇଛି ।

କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ଗରିବ ଶ୍ରେଣୀର ଲୋକମାନେ କାଶ, ଥଣ୍ଡା ଏବଂ ଖଣ୍ଡିଆ ସ୍ଥାନରେ ଲଗାଇବା ପାଇଁ ବ୍ୟବହାର କରାଯାଉଥିବା “ଇପିକାରମ୍” ଓ “ସିନେମନ୍” ନାମକ ଔଷଧ କିଣି ଖାଇବା ପରେ ମଙ୍ଗଳବାର ଅସୁସ୍ଥ ହୋଇପଡ଼ିଥିଲେ ।

ପରେ ଏହି ଘଟଣାରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ବର୍ତମାନ ମଧ୍ୟ ଚିକିତ୍ସାଧିନ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version