Site icon Odisha.com

ଔଷଧ, ମଦ ମୃତ୍ୟୁ: ତିନି ଅଧିକାରୀ ନିଲମ୍ବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଔଷଧ ଓ ମଦ ମୃତ୍ୟୁ ଘଟଣାରେ ଅବକାରୀ ବିଭାଗର ଦୁଇ ଜଣ ଓ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

କର୍ତବ୍ୟରେ ଅବହେଳା ଯୋଗୁଁ ଶନିବାର ଅବକାରୀ ବିଭାଗ ଇନିସ୍ପେକ୍ଟର ଆର.ବି. ପାତ୍ର, ସବ୍ ଇନ୍ସପେକ୍ଟର ମୃତ୍ୟୁଞ୍ଜୟ ବେହେରା ଏବଂସ୍ୱାସ୍ଥ୍ୟ ବିଭାଗର ସହକାରୀ ଡ୍ରଗ୍ସ କନ୍ଟ୍ରୋଲର ଜ୍ୟୋତିର୍ମୟୀ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ସେହିପରି ଏହି ଘଟଣାରେ ଶନିବାର ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି ।

ମୃତକଙ୍କ ନାମ ଲକ୍ଷ୍ମୀଧର ବେହେରା । ତାଙ୍କ ଘର କଟକ ସର ଅଂଳର ବଡ଼ଝରିଲୋରେ ।
ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବା ୪୦ ଜଣଙ୍କ ମଧ୍ୟରୁ ଆଜି ୨୦ ଜଣଙ୍କୁ ଛାଡ଼ି ଦିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏହି ଘଟଣାରେ ପୋଲିସ ସଂପୃକ୍ତ ଔଷଧ ପ୍ରସ୍ତୁତ କାରଖାନାର କେମିଷ୍ଟଙ୍କୁ ଶନିବାର ଗିରଫ କରିଥିବା ବେଳେ ତାଙ୍କ ସହ ପୂର୍ବରୁ ଗିରଫ ହୋଇଥିବା ଅନ୍ୟ ତିନି ଜଣଙ୍କୁ କୋର୍ଟ ଚାଲାଣ କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version