Site icon Odisha.com

ମାଲକାନଗିରି: ସହିଦ ଯବାନଙ୍କୁ ତୋପ ସଲାମୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଫେବୃୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ହୋଇଥିବା ବିଏସ୍ଏଫ୍ ଯବାନଙ୍କୁ ଶନିବାର ତୋପ ସଲାମି ଦିଆଯାଇଛି ।

ତୋପ ସଲାମି ପରେ ସେମାନଙ୍କ ମରଶରୀର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ବାଲିମେଳାରେ
ଏହି ତୋପ ସଲାମି ଅବସରରେ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ, ବିଏସ୍ଏଫ ଡିଜି ୟୁକେ ବନ୍ସଲ,ସିଆରପିଏଫ୍ ଆଇଜି ଏସ୍ଏନ୍ ସାବତ ପ୍ରମୁଖ ଯୋଗ ଦେଇଥିଲେ ।

ପୋଲିସ ଓ ବିଏସ୍ଏଫ୍ ମହାନିର୍ଦ୍ଦେଶକ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଆହତ ଯବାନଙ୍କୁ ସାକ୍ଷାତ କରିବା ସହ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ସହ ଆଲୋଚନା କରିଥିଲେ ।

ଶୁକ୍ରବାର ଏହି ଯବାନମାନେ ଜିଲ୍ଲା ପ୍ରଶାସନ ସହ ଏକ କାର୍ଯ୍ୟକ୍ରମରେ ଯୋଗେଇ ଗାଡ଼ିରେ ଫେରୁଥିବା ବେଳେ ଚିତ୍ରକୋଣ୍ଡା ଥାନା ଅର୍ନ୍ତଗତ ଜାନବାଇ ଅଂଚଳରେ ବିସ୍ଫୋରଣ ହୋଇଥିଲା ।

ଏଥିରେ କମାଣ୍ଡେନ୍ଟ ଜି.ଆର୍. ଖାସୱାନ, ଡ଼େପୁଟି କମାଣ୍ଡେନ୍ଟ ରାଜେଶ ଶରଣ, ଇନ୍ସ୍ପେକ୍ଟର ଅଶୋକ ଯାବଦ ଏବଂ ଏଏସ୍ଆଇ ଜୀତେନ୍ଦ୍ର କୁମାର ସହିଦ ହୋଇଥିଲେ।

ଓଡ଼ିଶା ଡ଼ଟ୍ କମ୍

Exit mobile version