Site icon Odisha.com

ପ୍ରଥମ ପର୍ଯ୍ୟାୟରେ ୬୮ ପ୍ରତିଶତ ମତଦାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଆରମ୍ଭ ହୋଇଥିବା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୬୮.୩୧ ପ୍ରତିଶତ ମତଦାନ ହୋଇଛି ।

କଟକ ଜିଲ୍ଲାରେ ସର୍ବାଧିକ ୮୨ ପ୍ରତିଶତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ସର୍ବନିମ୍ନ ୫୨ ପ୍ରତିଶତ ମତଦାନ ହୋଇଛି ।

ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଓ ହିଂସା ଦେଖାଦେଇଥିବା ସତ୍ୱେ ମୋଟାମୋଟି ଭାବେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

ଶନିବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୮୨ ବ୍ଲକର ୧୯୪ଟି ଜିଲ୍ଲାପରିଷ ଜୋନ୍ ରୁ ଏହି ମତଦାନ ହୋଇଛି । ଏଥିରେ ମୋଟ୍ ୧୪୫୪ଟି ଗ୍ରାମପଞ୍ଚାୟତର ୨୦୨୮ଟି ବୁଥ୍ ରେ ୫୬ ଲକ୍ଷ ୨୬ ହଜାର ୨୭୫ ଜଣ ଭୋଟର୍ ଭୋଟ୍ ଦେଇଛନ୍ତି ।

ଅନୁଗୁଳ ଜିଲ୍ଲାରେ ୭୨ ପ୍ରତିଶତ, ବାଲେଶ୍ୱରରେ ୬୫ ପ୍ରତିଶତ, ବରଗଡ଼ରେ ୭୭ ପ୍ରତିଶତ, ଭଦ୍ରକରେ ୭୭ ପ୍ରତିଶତ , ବଲାଙ୍ଗୀରେ ୫୫, ବୌଦ୍ଧରେ ୬୫, ଗଜପତିରେ ୭୦, ଗଂଜାମରେ ୭୦ ପ୍ରତିଶତ ମତଦାନ ହୋଇଥିବା କୁହାଯାଇଛି ।

ଭୋଟ୍ ଦାନ ସମୟରେ କେତେକ ସ୍ଥାନରେ ଭୋଟ୍ ବାକ୍ସ ଲୁଟ୍ ଏବଂ ବାଲାଟ କାଗଜରେ ତୃଟି ଯୋଗୁଁ ନଅଟି ସ୍ଥାନରେ ପୁନଃ ନିର୍ବାଚନ ପାଇଁ ସ୍ଥିର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version