Site icon Odisha.com

ଭଦ୍ରକ: ନିର୍ବାଚନୀ ହିଂସାକାଣ୍ଡରେ ୭ ଆହତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଏବଂ ଧାମନଗରରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ବୁଥ ଦଖଲ, ଭୋଟବାକ୍ସ ଲୁଟ୍ ଏବଂ ଗୋଟିଏ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଜନିତ ବୋମା ମାଡ଼ରେ ୭ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକ ୭ଟି ଜିଲାପରିଷଦ ଜୋନ ସମେତ ୪୯ଟି ପଞ୍ଚାୟତର ୭୦୬ ୱାର୍ଡ଼ରେ ୧୮୪୭ଜଣ ପ୍ରର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି ।

ପ୍ରାରମ୍ଭରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ଧାମନଗରର
ଧୁଷୁରୀ ଗ୍ରାମପଞ୍ଚାୟତର ଓଲଟପୁର ପ୍ରାଇମେରୀ ସ୍କୁଲର ୫ନମ୍ବର ବୁଥରେ ଦୁଇ ପୁଲିଂଏଜେଣ୍ଟ
ଗଣ୍ଡଗୋଳ ଲାଗି ଭୋଟ କାଗଜପତ୍ର ଚିରାଚିରା କରିବାରୁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି ।

ସେହିଭଳି ଧୁଷୁରୀର ଅର୍ଜୁନପୁର ଗ୍ରାମପଂଚାୟତର ପଶ୍ଚିମ ଅର୍ଜୁନପୁର ୩ନମ୍ବର ବୁଥର ଭୋଟବାକ୍ସକୁ କେତେକ ବ୍ୟକ୍ତି ଛଡ଼ାଇ ନେଇଥିବାରୁ ସେଠାରେ ମଧ୍ୟ ନିର୍ବଚନ ବନ୍ଦ ରହିଛି ।

ସେହିଭଳି ଧାମନଗର ବ୍ଲକର ଜୟୀନଗର ପଂଚାୟତର ୩ ଓ ୪ ନମ୍ବର ବୁଥ୍ ରେ ଗଣ୍ଡଗୋଳ ଘଟି
ନିର୍ବାଚନ ବାଧାପ୍ରପ୍ତ ହୋଇଛି ।

ଭୋଟ ଗଣତି ପରେ ୧ନମ୍ବର ବୁଥରେ ସେକ୍ଟର ଅଫିସରଙ୍କୁ ଧକ୍କା ମାରି କେତେକ ବ୍ୟକ୍ତି ଭୋଟବାକ୍ସ
ଲୁଟ ଉଦ୍ୟମ କରୁଥିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରାଯାଇ ଭଣ୍ଡାରିପୋଖରୀ ଥାନାରେ ଅଟକ ରଖାଯାଇଛି ।

୬,୭,୮ ଓ ୯ବୁଥରେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ହାରଜିତକୁ ନେଇ ଗଂଗ୍ରେସ ଓ ବିଜେଡ଼ି
ମଧ୍ୟରେ ଗୋଷ୍ଠୀ ସଂଘର୍ଷ ବୋମାମାଡ଼ ଓ ଟେକାପଥର ମାଡ଼ରେ ମାଡ଼ରେ ଉଭୟ ଦଳର ସାତ ଜଣ
ଆହତ ହୋଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version