Site icon Odisha.com

ଅବକାରୀ କମିଶନରଙ୍କ ବଦଳି, ଶାଶ୍ୱତଙ୍କୁ ଅତିରିକ୍ତ ଦାୟିତ୍ୱ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍)ଦୁଇଟି ଜିଲ୍ଲାରେ ଔଷଧ ଓ ମଦ ମୃତ୍ୟୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ସୋମବାର ସରକାର ଅବକାରୀ କମିଶନର ସୁଦର୍ଶନ ନାୟକଙ୍କୁ ବଦଳି କରିଛନ୍ତି ।

ତାଙ୍କୁ ସାଧାରଣ ଅଭିଯୋଗ ତଥା ପ୍ସେନ୍ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଶାଶ୍ୱତ ମିଶ୍ରଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଏହାବ୍ୟତୀତ ୧୯୯୬ ବ୍ୟାଚର ଆଇଏଏସ୍ ଅରବିନ୍ଦ ପାଢୀ, ଶାଶ୍ୱତ ମିଶ୍ର, ବିଶାଳ ଦେବ, ଉଷା
ପାଢୀ ଓ ରବି ରଂଜନ ମଲ୍ଲିକଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇ ସ୍ୱତନ୍ତ୍ର ସଚିବ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version