Site icon Odisha.com

ଆକ୍ରମଣରେ ଜିଲ୍ଲାପରିଷଦ ପ୍ରାର୍ଥୀ ଗୁରୁତର, ୨ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍)ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହେବା ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ନିର୍ବାଚନୀ ହିଂସାକାଣ୍ଡରେ ଜଣେ ଜିଲ୍ଲାପରିଷଦ ପ୍ରାର୍ଥୀ ଗୁରୁତର ଆହତ ହୋଇଥିବା ବେଳେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

ଟିଟିଲାଗଡ଼ ୭ ନମ୍ବର ଜୋନ୍ ବିଜେଡ଼ି ପ୍ରାର୍ଥୀ ଭକ୍ତ ମାଝୀଙ୍କୁ କେତେକ ଲୋକ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିବା ପୋଲିସ କହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ରବିବାର ରାତିରେ ସେ ଘରଘର ବୁଲି ପ୍ରଚାର କରୁଥିବା ବେଳେ ତାଙ୍କ ପ୍ରତିପକ୍ଷ ଏହାକୁ ବିରୋଧ କରି
ତାଙ୍କୁ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ନିର୍ବାଚନ ପୂର୍ବରୁ ମଧ୍ୟ ଜିଲ୍ଲାରେ ଜଣେ ୱାର୍ଟମେମ୍ବର ପ୍ରାର୍ଥୀଙ୍କୁ ହତ୍ୟା କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version