Site icon Odisha.com

କିଟ୍ରେ ଟେକ୍ନୋମ୍ୟାନେଜମେଂଟ ଫେଷ୍ଟ ‘କ୍ରିତାଂଶ’ଉଦଘାଟିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) କିଟ୍ ବିଶ୍ୱବିଦ୍ୟାଳୟରେ ସର୍ବବୃହତ
ଟେକ୍ନୋମ୍ୟାନେଜମେଂଟ ଫେଷ୍ଟ ‘କ୍ରିତାଂଶ’ର ୬ଷ୍ଠ ସଂସ୍କରଣ ମଙ୍ଗଳବାର ଉଦଘାଟିତ ହୋଇଛି ।

ଏହି ଅବସରରେ କିଟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କୁଳାଧିପତି ପ୍ରଫେସର ଏନ୍.ଏଲ୍ ମିତ୍ର, କୁଳପତି ପ୍ରଫେସର ଅଶୋକ ଏସ୍ କୋଲାସ୍କର ଓ ଉପକୁଳପତି ଡ. ଦେବ କୁମାର ତ୍ରିପାଠୀ ପ୍ରମୁଖ ଯୋଗେଇଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସାମାଜିକ ବିକାଶ ପାଇଁ ଛାତ୍ରଛାତ୍ରୀମାନେ ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ଭବିଷ୍ୟତରେ ଏକ ସୁୃଢ଼ ପ୍ଲାଟଫର୍ମ ଭାବେ କ୍ରିତାଂଶ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ ଓ ସାଂସ୍କୃତିକ ବିନିମୟ ପାଇଁ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ବୁଧବାର କ୍ରିତାଂଶର ବିଗ୍ଫାଇଟ୍ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଶିଷ୍ଟ ଲେଖକ ଚେତନ ଭଗତ ଓ ‘ରିଡର୍ସ ଡାଇଜେଷ୍ଟ’ର ସଂପାକ ମୋହନ ଶିବାନନ୍ଦ ଆସିବାର କାର୍ଯ୍ୟକ୍ରମ ରହିଛି । ତିନିଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଅନୁଷ୍ଠାନର ଏକ ହଜାରରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।

ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପ୍ରତିଯୋଗୀଙ୍କ ମଧ୍ୟରେ କର୍ପୋରେଟ୍ ଫିନେଷ୍ଟ୍ରାରେ ବୁଲ୍ ଆଣ୍ଡ ବିୟର୍ସ(ଷ୍ଟକ୍ ମାର୍କେଟ), ମଲଟି ଡ଼ିସ୍ପ୍ଲିନାରୀ ବିଜିନେସ୍ ମ୍ୟାନେଜମେଂଟ ଗେମ୍ (କ୍ରୋନୋସ୍), କନଟ୍ରାପସନ୍, ଇନୋଭେସନ୍ ବ୍ରିଜ୍ ଡିଜାଇନ୍ (ମେଗାବଲ୍ଡରର୍ସ), ଇନୋଭେସନ୍ ଗ୍ରାଉଣ୍ଡ ଜିରୋ, ରିିମ୍ସ, କଳାକ୍ରିତ୍, କ୍ଲିକ୍, ସ୍ନାପ ଆଣ୍ଡ ସ୍ପ୍ଲାସ, କୁରୁକ୍ଷେତ୍ର,ଖୋଜ୍, କର୍ମଯୁଦ୍ଧ ଆୟୋଜନ କରାଯାଇଛି ।

କର୍ପୋରେଟ୍ ଜାର୍ସ, କନ୍ସଗ୍ଲିଅର୍, ଜେନେସିସି, ଚକ୍ରବ୍ୟୁହ; ଫଟୋ ପ୍ରତିଯୋଗିତା କ୍ଲିକ୍; ଗୁରୁକୁଳରେ ବିଗ୍ ଫାଇଟ୍ ରୋବୋସ୍ପିୟର୍, କୌତୁକ୍, ଖୋଜ୍, ଡିଜିଏମ୍ ବିଗ୍ କ୍ୟୁଇଜ୍, ବିଗ୍ ଫାଇଟ୍ ସିମ୍ଫୋନୀ ଭଳି ପ୍ରତିଯୋଗିତା କରାଯିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version