ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଅନୁବାକ ସଂଗ୍ରାମ ଜେନା ୨୦୧୧ ପାଇଁ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।
ସେହିପରି କବୟିତ୍ରୀ ଗାୟତ୍ରୀବାଳା ପଣ୍ଡାଙ୍କୁ ୨୦୧୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରରେ ସମ୍ମାନିତ କରାଯିବ । କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରାପ୍ରଥମ ଥର ପାଇଁ ଯୁବ ପୁରସ୍କାର ପ୍ରଚଳନ କରାଯାଇଛି ।
ଜେନାଙ୍କୁ ତାଙ୍କର ଗ୍ରନ୍ଥ ‘ଉମ୍ରାଓ ଜାନ୍ ଆଦା’ ଓ ପଣ୍ଡାଙ୍କୁ ତାଙ୍କର କବିତା ସଂକଳନ ‘ଗାଁ କବିତା’ ପାଇଁ ଏହି ପୁରସ୍କାର ମିଳିବ ।
ଜେନା ‘ନଟୀ’, ‘କମଳା ଦାସଙ୍କ କଥା- କବିତା’, ‘ପାବ୍ଲୋ ନେରୁାଙ୍କ ୨୦ଟି ପ୍ରେମ କବିତା,
‘ମାୟା ମହ୍ଲାର’, ‘କଲିକତା ୧୯୭୧ ଓ ଅନ୍ୟାନ୍ୟ କବିତା’,‘ଭନ୍ ଗଗ୍ଙ୍କ ଚିଠି ଓ ଚିତ୍ର’ ଆଦି ଗ୍ରନ୍ଥର ଅନୁବାଦ କରିଛନ୍ତି । ମହମ୍ମ ହାଜି ରୁସ୍ୱା ‘ଉମ୍ରାଓ ଜାନ୍ ଆଦା’ର ଲେଖକ ।
ପଣ୍ଡାଙ୍କ ‘ଆହତ ପ୍ରତିଶ୍ରୁତି’, ‘ଅସ୍ପଷ୍ଟ ଈଶ୍ୱର’, ‘ଯେତିକି ଦିଶୁଛି ଆକାଶ’ ଇତ୍ୟାଦି କବିତା ପୁସ୍ତକ ପ୍ରକାଶିତ ହୋଇଛି ।
ଓଡ଼ିଶା ଡ଼ଟ୍ କମ୍