Site icon Odisha.com

୭୯ ବ୍ଲକରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବୁଧବାର ୭୯ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।

୧୮୮ଟି ଜିଲ୍ଲା ପରିଷ ସଭ୍ୟ, ୧୩୫୦ଟି ସରପଂଚ ଓ ୧୩୫୦ ସମିତି ସଭ୍ୟ ସମେତ ସବୁ ୱାର୍ଡ ମେମ୍ବର ପଦବୀ ପାଇଁ ଭୋଟ୍ ଗ୍ରହଣ କରାଯାଉଛି ।

୧୯ ହଜାର ୬୮ଟି ବୁଥ୍ରେ ୫୩ଲକ୍ଷ ୮୮ ହଜାର ୬୬୪ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ବୁଥ୍ ଗୁଡ଼ିକରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେଦିନ ୧୨ଟାରେ ଏହା ଶେଷ ହେବ ଏବଂ ୧ଟାରେ ଗଣତି ହେବ ।

ଏହି ପର୍ଯ୍ୟାୟରେ ଅଧିକାଂଶ ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ଭୋଟ୍ ଗ୍ରହଣ କରାଯାଉଥିବାରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଅତି ସମ୍ବେଦନଶୀଳ ବୁଥ୍ରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

କୋରାପୁଟ ଜିଲ୍ଲାର ଜୟପୁର, କୋରାପୁଟ, ବୋରିଗୁମ୍ମା, ଲମତାପୁର ,ଲକ୍ଷ୍ମୀପୁର, ମାଲକାନଗିରିର, କାଲିମେଳା, କୋରକୁଣ୍ଡା, ନବରଙ୍ଗପୁରର କୋଶଗୁମୁଡା ଓ ପାପଡାହାଣ୍ଡି, ରାୟଗଡାର ବିଷମକଟକ ଓ ମୁନିଗୁଡାରେ ମତଦାନ ଆରମ୍ଭ ହୋଇଛି ।

ସେହିପରି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ, କିଶୋରନଗର ବ୍ଲକ, ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ବାହାନଗା ଓ ସିମୁଳିଆ, ବରଗଡ଼ର ଗାଇସିଲଟ, ଭଟ୍ଲି, ଅମ୍ବାଭୋନା, ଭଦ୍ରକର ତିହିଡ଼ି, ବଲାଙ୍ଗୀରର ପାଟଣାଗଡ଼, ବେଲପଡା ଓ ମୂରିବାହାଲ, ବୌଦ୍ଧର ହରଭଙ୍ଗା, କଟକର ତିଗିରିଆ, ଟାଙ୍ଗୀ-ଚୌ୍ୱାର ଓ ସାଲେପୁର, ଦେଓଗଡର ତିଳେଇବଣୀ, ଢେଙ୍କାନାଳର ଭୁବନ ଓ କାମାକ୍ଷାନଗର ଏବଂ ଗଜପତି ଜିଲ୍ଲାର ରାୟଗଡ ଓ ନୂଆଗାଁ ବ୍ଲକରେ ମତଦାନ ଚାଲିଛି ।

ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି, କବିସୂର୍ଯନଗର, ବେଗୁନିଆପଡା, ଭଞ୍ଜନଗର ଓ ଜଗନ୍ନାଥପ୍ରସା, ଜଗତସିଂହପୁରର କୁଜଙ୍ଗ ଓ ନୂଆଗାଁ, ଯାଜପୁରର ଶରଥପୁର ଓ ବିଞ୍ଝାରପୁର, ଝାରସୁଗୁଡାର ଲାଇକେରା ଓ କୋଲବିରା ।

କଳାହାଣ୍ଡିର ଭବାନୀପାଟଣା, ଲାଞ୍ଜିଗଡ ଓ ନର୍ଲା, କନ୍ଧମାଳର ରାଇକିଆ, ଜି.ଉୟଗିରି ଓ ଚକାପା, କେନ୍ଦ୍ରାପଡାର ମହାକାଳପଡା ଓ ରାଜନଗର, କେନ୍ଦୁଝର, ପାଟଣା ଓ ସହରପଡା, ଖୋର୍ଦ୍ଧାର ଜଟଣୀ ଓ ଖୋର୍ଦ୍ଧା, ସୁବର୍ଣ୍ଣପୁରର ବିନିକା ଓ ସୋନପୁର ଏବଂ ସୁନ୍ଦରଗଡ ଜିଲ୍ଲାର ସବ୍ଡେଗା, ବାଲିଶଙ୍କରା, ଲହୁଣିଡାଓ ବଣେଇଗଡ ବ୍ଲକରେ ମତଦାନ କରାଯାଉଛି ।

ସେହିପରି ଆସନ୍ତା ୧୭ ଏବଂ ୧୯ ତାରିଖରେ ଯଥାକ୍ରମେ ଚତୁର୍ଥ ଓ ପଂଚମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version