ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ସେବାୟତ ଏବଂ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଛି ।
ପୂଜା କରିବା ପାଳିକୁ ନେଇ ସକାଳୁ ସେବାୟତ ଓ ପ୍ରଶାସନ ମୁହାଁମୁହିଁ ହୋଇଥିଲେ ଏବଂ ଏହାପରେ ନୀତୀ ନକରିବାକୁ ସେବାୟତମାନେ ଜିଦ ଧରିଥିଲେ । ଫଳରେ ମହାପ୍ରଭୁଙ୍କ ନୀତି ବିଭ୍ରାଟ ହୋଇଥିଲା ।
ତେବେ ମହାପ୍ରଭୁକ୍ତ ନୀତି ପାଇଁ ପୁରୀରୁ ରାଜଗୁରୁଙ୍କୁ ଅଣାଯାଇଥିଲା । ପରେ ଅତିରିକ୍ତ ଜିଲ୍ଲାପାଳ ତିନି ନିଯୋଗ ସହ ଆଲୋଚନା କରିବା ପରେ ସେବାୟତମାନେ ନୀତି କରିବାକୁ ରାଜି ହୋଇଥିଲେ ।
ନୀତିରେ ବିଭ୍ରାଟ ହୋଇଥିଲେ ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍