Site icon Odisha.com

୨ ମହିଳାଙ୍କ ସହ ତିନି ମାଓବାଦୀ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ ପୋଲିସ ମଙ୍ଗଳବାର ଦୁଇ ଜଣ ମହିଳାଙ୍କ ସମେତ ତିନି ଜଣ ମାଓବାଦୀଙ୍କୁ ଗିରଫ କରିଛି ।

ଜିଲ୍ଲା ପୋଲିସ ଓ ସିଆର୍ପିଏଫ୍ ଯବାନମାନେ ମିଳିତ ଭାବେ ଚଢ଼ାଉ କରି ଏହି ତିନି ଜଣଙ୍କୁ ଗିରଫ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଗିରଫ ମାଓବାଦୀମାନେ ହେଲେ ମାଳତୀ ମାଝି, ତଲୋମ ସନୋ ଓରଫ ରତ୍ନା ଓ କଦମ୍ବ ବୁଲୁ ଓରଫ ବିଜଲ । ମାଳତୀ ୨୦୦୭ରେ ମାଓବାଦୀ ସଂଗଠନରେ ଯୋଗଦେଇଥିବା ବେଳେ ସେ ନୟାଗଡ଼ଆକ୍ରମଣ ସହ ଅନ୍ୟ ଘଟଣାରେ ସଂପୃକ୍ତ ଥିବା ଏସ୍ପି ଗଣମାଧ୍ୟମକୁ କହିଛନ୍ତି ।

ସେହିପରି ତଲୋମ ୨୦୧୦ରେ ସଂଗଠନରେ ଯୋଗଦେଇ ଛତିଶଗଡ଼ ସିଆର୍ପିଏଫ୍ କ୍ୟାମ୍ପ ଆକ୍ରମଣ ଘଟଣାରେ ସଂପୃକ୍ତ ଏବଂ ବିଜଲ ୨୦୦୮ରେ ଛତିଶଗଡ଼ ମାଓ ସଂଗଠନରେ ଯୋଗେଇ ଶ୍ରୀରାମପୁର ବିସ୍ଫୋରଣ ସହିତ ଅନ୍ୟ ବିସ୍ଫୋରଣ ଘଟଣାରେ ସାମିଲ ଥିଲା ବୋଲି ସେ କହିଛନ୍ତି ।

ରତ୍ନା ଓ କମ୍ବ ଭଞ୍ଜନଗର ଛତିଶଗଡ଼ ଡିଭିଜନର ମାଓବାଦୀ ହୋଇଥିବା ବେଳେ ମାଳତୀ ସବ୍ୟସାଚୀ ପଣ୍ଡାଙ୍କ ଦେହରକ୍ଷୀ ଭାବେ ଭାବେ କାର୍ଯ୍ୟ କରୁଥିଲେ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version