Site icon Odisha.com

ପାରାଦ୍ଵୀପ: ଗ୍ୟାସ୍ ଲିକ୍ ଯୋଗୁଁ ଇଫ୍କୋ କର୍ମଚାରୀ ଆହତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାୀପ, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଜାହାଜରୁ ଗ୍ୟାସ୍ ଅନ୍ଲୋଡ଼ ସମୟରେ ଏହା ଲିକ୍ ହୋଇଯିବାରୁ ମଙ୍ଗଳବାର ଇଫ୍କୋ ସାର କାରଖାନାର ତିନି ଜଣ କର୍ମଚାରୀ ଅହତ ହୋଇଛନ୍ତି ।

ମାଲେସିଆର ଏକ ଜାହାଜ ଇଫ୍କୋ ପାଇଁ ୧୩ ହଜାର ମେଟ୍ରିକ୍ ଟନ୍ ଆମୋନିଆ ଗ୍ୟାସ ଆଣି ପାରାଦ୍ଵୀପ ବନ୍ଦରରେ ପହଞ୍ଚିବା ପରେ ଜାହାଜ ଓ କାରଖାନାର କର୍ମଚାରୀମାନେ ପାଇପ ସାହାଯ୍ୟରେ ସେଥିରୁ ଗ୍ୟାସ ଅନ୍ଲୋଡ଼ କରିଥିଲେ ।

ଅନ୍ଲୋଡ଼ ଶେଷ ହେବାପରେ ଜାହାଜର କେତେକ କର୍ମଚାରୀ ଭୁଲବଶତଃ ଗ୍ୟାସ ଟାଙ୍କିକୁ ଧରିବୋରୁ ତାହା ଖୋଲିଯାଇ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ଗ୍ୟାସ ସଂସ୍ପର୍ଶରେ ଆସି ତିନି ଜଣ ଇଫ୍କୋ କର୍ମଚାରୀ ଆହତ ହୋଇଯାଇଥିଲେ ।

ଘଟଣା ସଂପର୍କରେ ଜାଣିବା ପରେ ବନ୍ଦରରେ କାର୍ଯ୍ୟରତ ଅନ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଗ୍ୟାସ୍ ଲିକ୍ ସଂପର୍କରେ ଜାଣିବା ପାଇଁ ବନ୍ଦର ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି ଏବଂ ଏବିଷୟରେ ଭୟଭୀତ ହେବାର କାରଣ ନାହିଁ ବୋଲି ବନ୍ଦର କର୍ତୃପକ୍ଷ କହିଛନ୍ତି ।

ଆହତ କର୍ମଚାରୀ ଦ୍ଵୀପକ କୁମାର ଚୁଗଲେ, ରମେଶ ଚନ୍ଦ୍ର ଜେନା ଏବଂ ଇଫ୍କୋ ଡ଼୍ରାଇଭର ସୁବାଷ ଚନ୍ଦ୍ର ଦାସଙ୍କୁ ପାରାଦ୍ଵୀପ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଛି ।

ଗ୍ୟାସ ଅନ୍ଲୋଡ଼ ସମୟରେ ଭୁଲ ଯୋଗୁଁ ଏଭଳି ହୋଇଛି ବୋଲି ଇଫ୍କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ୍.ଆର୍.ପଟେଲ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version