Site icon Odisha.com

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମାମଲା ଖାରଜ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) “ଅଚିହ୍ନା ବାସଭୂମି” ଉପନ୍ୟାସକୁ କେନ୍ଦ୍ର ସାହିତ୍ୟ
ଏକାଡ଼େମୀ ପୁରସ୍କାର ପ୍ରଦାନକୁ ବିରୋଧ କରି ହୋଇଥିବା ମାମଲାକୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ଖାରଜ କରିେଇଛନ୍ତି ।

୨୦୧୧ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ନିମନ୍ତେ କୋଲକାତା ନିବାସୀ ଓଡ଼ିଆ ସାହିତ୍ୟିକା କଳ୍ପନା କୁମାରୀ ଦେବୀଙ୍କ ଦ୍ୱାରାଲିଖିତ ଏହି ଉପନ୍ୟାସ ମନୋନୀତ ହୋଇଥିଲା ।

ତେବେ “ଅଚିହ୍ନା ବାସଭୂମି” କୁ ପୁରସ୍କାର ପାଇଁ ମନୋନୀତ କରିବା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ପ୍ରକାଶକ ତଥା ଲେଖକ କନିଷ୍କ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ ।

ଗତ ୨ରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଉପନ୍ୟାସକୁ ପୁରସ୍କାର ପ୍ରଦାନ ଉପରେ ରହିତାଦେଶ ଜାରି କରିଥିଲେ । ତେବେ ଆଜି ଚୁଡ଼ାକ୍ତ ରାୟରେ ହାଇକୋର୍ଟ ରହିତା ଦେଶକୁ ଉଠାଇ ଦେବା ସହ ପୁରସ୍କାର ମନୋନୟନ ପ୍ରକ୍ରିୟା ସ୍ୱଚ୍ଛ ବୋଲି ଦର୍ଶାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version