Site icon Odisha.com

‘କ୍ରିତାଂଶ’ ବିଗ୍ ଫାଇଟ୍ରେ ଚେତନ ଭଗତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଟେକ୍ନୋଫେଷ୍ଟ କ୍ରିତାଂଶରଦ୍ୱିତୀୟ ଦିବସରେ ଆୟୋଜିତ ବିଗ୍ ଫାଇଟ୍ କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ ଚେତନ ଭଗତ ଯୋଗ ଦେଇଛନ୍ତି ।

ତାଙ୍କ ସହ ମନ୍ଟାଜ ଫିଲ୍ମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ରମା ପାଣ୍ଡେ ଯୋଗ ଦେଇ “ସାମାଜିକ ନେଟ୍ ୱାର୍କିଂ ସାଇଟ୍ ଗୁଡ଼ିକ ଉପରେ ସେନ୍ସର୍ ଲାଗିବା ଉଚିତ୍ କି’? ଶୀର୍ଷକ ଆଲୋଚନାରେ ଅଂଣଗ୍ରହଣ କରିଥିଲେ |

କେତେକ ସାମାଜିକ ନେଟ୍ୱାର୍କିଂ ସାଇଟ୍ରେ ଅସୌଜନ୍ୟ ଦୃଶ୍ୟ ଏବଂ ବାର୍ତା ପ୍ରଦାନ କରାଯାଉଛି । ତେଣୁ ଏହା ଉପରେ ଅଙ୍କୁଶ ଲଗାଯିବା ଉଚିତ୍ ବୋଲି ପାଣ୍ଡେ ଯୁକ୍ତି ଦର୍ଶାଇଥିଲେ ।

ଏହା ଦେଶର ଯୁବଗୋଷ୍ଠୀ ଉପରେ ପ୍ରଭାବ ପକାଉଥିବା ବେଳେ ଭବିଷ୍ୟତ ପିଢି ମଧ୍ୟ ପ୍ରଭାବିତ ହେବେ
ବୋଲି ସେ କହିଥିଲେ ।

ସେହିପରି ସାମାଜିକ ନେଟ୍ୱାର୍କିଂ ସାଇଟ ଗୁଡ଼ିକ ପ୍ରଯୁକ୍ତି ଉପରେ ପରିବେଷିତ ହୋଇଥିବାରୁ କେଉଁ ବିଷୟରେ କିଏ ସେନ୍ସର କରିବ ବୋଲି ଭଗତ ପ୍ରଶ୍ନ କରିଥିଲେ ।

ଏଥିପାଇଁ ଯୁବଗୋଷ୍ଠୀ ଏବଂ ଏହି ସାଇଟ୍ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ମାନସିକତା
ଆସିବା ଦରକାର ବୋଲି ସେ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version