Site icon Odisha.com

ବିଭାଗ ଜାଣତରେ ଜାଲ ପଡ଼ିକାର୍ଡ଼ କାରବାର ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ କେତେକ ଅସାଧୁ ଡ଼ିଲର ଓ ବିଭାଗୀୟ କର୍ମଚାରୀଙ୍କ ଜାଣତରେ ଜାଲ ପଡ଼ି କାର୍ଡ଼ କାରବାର ଚାଲିଥିବା ଅଭିଯୋଗ ହୋଇଛି ।

୨୦୧୦ରେ ରାଜ୍ୟରେ ଜାଲ ପଡ଼ିକାର୍ଡ଼ ଧରପଗଡ଼ ଆରମ୍ଭ ହେବାପରେ ମୋଟ ୧୪ଲକ୍ଷରୁ ଅଧିକ ଜାଲ ପିଡ଼ି କାର୍ଡ଼ଧାରୀଙ୍କ ପତ୍ତା ମିଳିଥିଲା ।

ଏହା ସତ୍ୱେ ଏବେ ମଧ୍ୟ ବିଭିନ୍ନ ଅଞ୍ଚଳରେ ବହୁ ସଂଖ୍ୟକ ଜାଲ ପଡ଼ିକାର୍ଡ଼ ଓ ମୃତ ଲୋକଙ୍କ ନାମରେ
ବିପିଏଲ କାର୍ଡ଼ ରହିଛି, ଯାହାର ଫାଇଦା ଉଠାଉଛନ୍ତି ବିଭିନ୍ନ ସ୍ଥାନରେ ନିଯୁକ୍ତ ଡ଼ିଲର ।

ଭଣ୍ଡାରି ପୋଖରୀ ବ୍ଲକ ଅର୍ନ୍ତଗତ ବିଷ୍ଣୁପୁର ପଞ୍ଚାୟତର ୭,୮,୯,୧୦ ନମ୍ବର ୱାର୍ଡ଼ରେ ବସବାସ
କରୁଥିବା ଅନୁସୂଚିତ ଜାତି ଓ ଜନଜାତି ତଥା ଗରୀବ ଲୋକଙ୍କ ପାଇଁ ୧୦୫ ଜଣ ବିପିଏଲ ହିତାଧିକାରୀ ରହିଛନ୍ତି ।

କିନ୍ତୁ ଏଠାରେ ନିଯୁକ୍ତ ଡ଼ିଲର ୧୪୩ ଜଣଙ୍କ ନାମରେ ଚାଉଳ, କିରୋସିନି ଏବଂ ଗହମ ଷ୍ଠୋର ଏଜେଣ୍ଟଙ୍କ ଠାରୁ ଉଠାନ୍ତି । ଏହା ସତ୍ୱେ ହିତାଧିକାରୀମାନେ ସରକାର ଧାର୍ଯ୍ୟ କରିଥିବା ଚାଉଳ କିମ୍ବା ଗହମର ପରିମାଣ ଠାରୁ କମ୍ ପାଇଥାନ୍ତି ।

ଚାଉଳରେ ହିତାଧିକାରୀ ପିଛା ୬ କିଗ୍ରା, କିରୋସିନି ୪ଲିଟର ପରିବର୍ତେ ୨ଲିଟର ଲୋକଙ୍କୁ ମିଳିଥାଏ । ସଂପୃକ୍ତ ହିତାଧିକାରୀ ନିରକ୍ଷର ହୋଇଥିବାରୁ ଡ଼ିଲର ଜଣକ ଏହାର ଭରପୂର ଫାଇଦା ଉଠାଇଥାନ୍ତି ।

୧୧ଜଣ ମୃତ ବ୍ୟକ୍ତିଙ୍କ ନାମରେ ଏବେ ମଧ୍ୟ ପଡିକାର୍ଡ଼ ଥିବାବେଳେ ଜଣଙ୍କ ନାମରେ ଏକାଧିକ କାର୍ଡ଼ ଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଏହି ଘଟଣାଯେ ଯୋଗାଣ ବିଭାଗର ବହୁ ପସ୍ଥ ତଥା ତଳସ୍ତରର କର୍ମଚାରୀ ମାନଙ୍କ ଅଗୋଚରରେ
ହେଉଛି ତାହାନୁହେଁ ବରଂ ଏହିପରି ଘଟଣାରେ ତଳ ଠାରୁ ଉପର ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଏହି
ଘଟଣାରେ ସଂପୃକ୍ତ ଥିବା ସେମାନେ ଅଭିଯୋଗ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version