• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପେନ୍ସନ୍ ବିନା ୯୧ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମୀ

February 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଜଗତସିଂହପୁର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ସରକାରୀ ପେନ୍ସନ୍ ଗ୍ରହଣ ନକରି ୯୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଜଗତସିଂହପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ବୃନ୍ଦାବନ ଦାସ ।

ତେବେ ଅଧିକ ବୟସ ଯୋଗୁଁ ବର୍ତମାନ କେତେକ ଗ୍ରାମବାସୀ ଏବଂ ପିଲାମାନେ ତାଙ୍କର ଯତ୍ନ
ନେଉଥିବା ଏହି ସ୍ୱାଧୀନତା ସଂଗ୍ରାମୀ କହିଛନ୍ତି ।

୯୧ ବର୍ଷ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ବର୍ତମାନ ସେ ସ୍ୱାଧୀନତା ସଂଗ୍ରାମ କଥା ମନେପକାଉଛନ୍ତି । ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ସୁରେନ୍ଦ୍ର ଦ୍ଵିବେଦୀ ଏବଂ ନିତ୍ୟାନନ୍ଦ କାନୁନ୍ଗୋଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ଏକତ୍ରିତ ହେଉଥିଲେ ।

“ମୁଁ ସ୍ୱାଧୀନତା ସଂଗ୍ରାମୀ ହୋଇ ମଧ୍ୟ ପେନ୍ସନ୍ ଗ୍ରହଣ କରୁନାହିଁ । ଅଧିକ ବୟସ ଯୋଗୁଁ ବର୍ତମାନ କେତେକ ଗ୍ରାମବାସୀ ଏବଂ ପିଲାମାନେ ମୋର ଯତ୍ନ ନେଉଛନ୍ତି” ବୃନ୍ଦାବନ କହିଛନ୍ତି ।

ଜେଲ୍ ରୁ ବାହାରିବା ପରେ ୧୯୪୦ରେ ଗୁଜୁରାଟର ସାବରମତି ଆଶ୍ରମକୁ ଯାଇ ସେଠାରେ ଦୀର୍ଘ ଦୁଇ ବର୍ଷ ରହିଥିଲି ଏବଂ ଓଡ଼ିଶାର ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ଭାବେ ଗାନ୍ଧୀଜୀଙ୍କ ସହ କାମ କରିଥିଲି, ସେ କହିଛନ୍ତି ।

୧୯୪୨ରେ ଗାନ୍ଧୀଜୀ ଭାରତ ଛାଡ଼ ଆନ୍ଦୋଳନ ଡ଼ାକରା ଦେଇଥିଲେ ଏବଂ ଓଡ଼ିଶାରେ କାମ କରିବାକୁ ମତେ କହିଥିଲେ । ଏହାପରେ ମୁଁ ଆଶ୍ରମ ଛାଡ଼ି ଓଡ଼ିଶା ଆସିଥିଲି, ସେ କହିଛନ୍ତି ।

ମୃତ୍ୟୁ ପୂର୍ବରୁ ଆଉ ଥରେ ସାବରମତି ଆଶ୍ରମ ଯିବାକୁ ଇଚ୍ଛା ରହିଛି କିନ୍ତୁ ଆର୍ଥିକ ଅବସ୍ଥା ଏବଂ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ଏହା ସମ୍ଭବ ହୋଇପାରୁ ନାହିଁ ବୋଲି କହନ୍ତି ବୃନ୍ଦାବନ ।

“ମୁଁ ପେନ୍ସନ୍ ପାଇଁ କେବେ ଦାବି କରି ନାହିଁ । ନିଃସ୍ୱାର୍ଥପରତା ଉପରେ ବିଶ୍ୱାସ କରେ । ଗାନ୍ଧୀଜୀଙ୍କ ଆଦର୍ଶ ମାର୍ଗରେ ଚାଲିଛି ଓ ବର୍ତମାନ ମଧ୍ୟ ଖଦି ପିନ୍ଧୁଛି” ସେ କହିଛନ୍ତି ।

ଏହି ସଂଗ୍ରାମର କୌଣସି ମୂଲ୍ୟ ନାହିଁ କିମ୍ବା ଏହା ବଳରେ କିଛି ପାଇବାକୁ ଆଶା ନାହିଁ । ଦେଶରୁ ବିଦେଶୀଙ୍କୁ ହଟାଇବା ପାଇଁ ସେମାନଙ୍କ ସହ ଲଢେଇ କରି ୧୯୩୯ ଏବଂ ୧୯୪୨ରେ କାରାବରଣ କରିଛି, ସେ କହିଛନ୍ତି ।

ଓଡ଼ିଶାରେ ପ୍ରାୟ ପାଞ୍ଚ ଶହ ନକଲି ସ୍ୱାଧୀନତା ସଂଗ୍ରାମୀ ପେନ୍ସନ୍ ପାଉଛନ୍ତି । ସରକାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି ।

୬୫ ବର୍ଷ ତଳେ ସଂଗ୍ରାମ କରି ବ୍ରିଟିଶ ମାନଙ୍କୁ ଦେଶରୁ ତଡ଼ିବାରେ ସଫଳ ହୋଇଥିବା ବୃନ୍ଦାବନ ସ୍ୱାଧୀନ ଭାରତରେ ବର୍ତମାନର ପ୍ରଶାସନିକ ବାବୁ ଏବଂ ଅଧିକାରୀଙ୍କ କାର୍ଯ୍ୟକଳାପ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

ଗାଁ ରାସ୍ତା ମରାମତି ଏବଂ ପିଇବା ପାଣି ପାଇଁ ବାରମ୍ବାର ଅଧିକାରୀ ମାନଙ୍କୁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ କହିଛନ୍ତି ।

ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ପାଇଁ ନିକଟରେ ଏକ କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ବୃନ୍ଦାବନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଜଗତସିଂହପୁର, ସ୍ୱାଧୀନତା ସଂଗ୍ରାମୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version